ICMR ର ବଡ ଖୁଲାସା : ଲକଡାଉନ ହୋଇନଥିଲେ ଏପର୍ଯ୍ୟନ୍ତ ଭାରତରେ ସଂକ୍ରମିତ ହୋଇଥାନ୍ତେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ଥରହର। ଏହି ଭାଇରସକୁ ବ୍ୟାପିବାରୁ ବିଶ୍ୱର ଅନେକ ଦେଶରେ ଲକଡାଉନ ଚାଲିଛି। କିନ୍ତୁ ଏବେ ICMR ର ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ, ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଭାଇରସ ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇ ପାରିଛି। ଯଦି ସରକାର ଲକ୍‌ଡାଉନ ଘୋଷଣା ନ କରିଥାନ୍ତେ, ତେବେ ଏପର୍ଯ୍ୟନ୍ତ ୮.୨୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇସାରିଥାନ୍ତେ। ଯାହା ଭାରତ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥାନ୍ତା।

corona

ଲକ୍‌ଡାଉନ ଫଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡା ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା। ଏଥିପାଇଁ ଏହି ଭାଇରସ ବ୍ୟାପୀବାର ସଂଖ୍ୟା କିଛିମାତ୍ରାରେ କମ୍‌ ରହିଛି। ସୂଚନାଯୋଗ୍ୟ, ଗୁରୁବାର ପର୍ଯ୍ୟନ୍ତ ୮୦୯ ନୂଆ ମାମଲା ଦେଖିବାକୁ ମିଳିଛି, ଯାହା ଗୋଟେ ଦିନରେ ସବୁଠାରୁ ଅଧିକ। ଦେଶରେ ଏପର୍ଯ୍ୟନ୍ତ ୬୭୭୧ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ଆଇସିଏମଆର ରିପୋର୍ଟ ଅନୁଯାୟୀ ୨୩୭ ଲୋକ ମୃତ୍ୟୁବରଣ କରିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବରେ ୧୯୯ ଲୋକ ମୃତ୍ୟୁବରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.