ସାର୍‌…ବୋହୂ ଗୁଟ୍‌ଖା ଖାଉଛି, ଘରର ଏଠିସେଠି ଛେପ ପକାଉଛି; ଅଭିଯୋଗ ନେଇ ଶାଶୁ ଥାନାର ଦ୍ୱାରସ୍ଥ

ଉତ୍ତର ପ୍ରଦେଶର ଆଗ୍ରାରୁ ଶାଶୁ-ବୋହୂ ଝଗଡ଼ାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବୋହୂର ବଦ ଅଭ୍ୟାସକୁ ନେଇ ଶାଶୁ ଏତେ ବିରକ୍ତ ଥିଲେ ଯେ ଶେଷରେ ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି।

ଉତ୍ତର ପ୍ରଦେଶର ଆଗ୍ରାରୁ ଶାଶୁ-ବୋହୂ ଝଗଡ଼ାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବୋହୂର ବଦ ଅଭ୍ୟାସକୁ ନେଇ ଶାଶୁ ଏତେ ବିରକ୍ତ ଥିଲେ ଯେ ଶେଷରେ ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି। ଶାଶୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୋହୂ ଗୁଟ୍‌ଖା ଖାଇ ଘରର ଏଠିସେଠି ଛେପ ଫିଙ୍ଗୁଛି।

ସୂଚନା ମୁତାବକ, ଏହି ମାମଲା ଆଗ୍ରା ଜିଲ୍ଲାର। ଏଠାରେ ଜଣେ ବୃଦ୍ଧା ମହିଳା ନିଜ ବୋହୂର ବଦ ଅଭ୍ୟାସକୁ ନେଇ ବିରକ୍ତ ଥିଲେ। ସେ ସମସ୍ୟାର ସମାଧାନ କରିବାକୁ ଅନେକ ବାର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଶେଷରେ ନିରାଶ ହୋଇ ଏ ନେଇ ଥାନାରେ ଅଭିଯୋଗ କରିବାକୁ ମନସ୍ଥ କରିଥିଲେ।

ଶାଶୁ ଜଣକ ପୋଲିସକୁ କହିଛନ୍ତି ଯେ ବୋହୂ ସମସ୍ତଙ୍କୁ ‘ୟାର୍‌ ୟାର୍‌’ କହି କଥା ହେଉଛି। ଏହାଛଡ଼ା ସେ ଅନବରତ ଗୁଟ୍‌ଖା ଖାଇ ଘରର ଏଣେତେଣେ ଛେପ ଫିଙ୍ଗୁଛି। ଅନେକ ବାର ମନା କରିଛି, ହେଲେ ସେ ମାନୁନି। ସୂଚନା ରହିଛି, ବୃଦ୍ଧା ମହିଳାଙ୍କ ପୁଅର ୫ ମାସ ତଳେ ବିବାହ ହୋଇଛି।

ବୃଦ୍ଧାଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ତାଙ୍କୁ ପାରିବାରିକ ପରାମର୍ଶ କେନ୍ଦ୍ର ପଠାଇଛି। ବୋହୂ ପକ୍ଷରୁ ମଧ୍ୟ ଅନେକ ଅଭିଯୋଗ କରାଯାଇଛି। ପୋଲିସ ଏବଂ କାଉନ୍‌ସିଲର ଉଭୟ ପକ୍ଷ ସହିତ କଥା ହୋଇଛନ୍ତି। ପାରିବାରିକ ପରାମର୍ଶ ଟିମ୍‌ ଉଭୟ ପକ୍ଷଙ୍କୁ ଶୁଣିବା ପରେ ପରବର୍ତ୍ତୀ ତାରିଖ ଦେଇଛନ୍ତି।

ବର୍ତ୍ତମାନ ଏହି ମାମଲା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଶାଶୁର ଅଭିଯୋଗ ସତ୍ତ୍ୱେ ବୋହୂ ଗୁଟ୍‌ଖା ଖାଇବା ଛାଡ଼ିବ ନାହିଁ ବୋଲି ଜିଦ୍‌ ଧରି ବସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.