ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା, ଆଜି ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆସିପାରେ ରାୟ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ଜାମିନ ଆବେଦନର ରାୟ ଆସିପାରେ । ଗତ ୮ ତାରିଖରେ ଜାମିନ କୋର୍ଟ ଜାମିନ ଆବେଦନର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ । ଚିଦାମ୍ବରମଙ୍କ ଜାମିନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରି ଆସୁଛି । ଚିଦାମ୍ବରମଙ୍କୁ ଜାମିନ ମିଳିଲେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି ଇଡି ଦାବି କରିଆସୁଛି । ପୂର୍ବରୁ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି । କିନ୍ତୁ ଇଡି ମାମଲାରେ ଚିଦାମ୍ବରମ ଦିଲ୍ଲୀ ତିହାର ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.