ଏହି ଦୁଇ ମହିଳା ପୋଲିସ କର୍ମଚାରୀଙ୍କୁ ଲୋକେ କରୁଛନ୍ତି ସଲାମ, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ମା’ କେବଳ ଏକ ଶବ୍ଦ ନୁହେଁ। ଏହି ଶବ୍ଦ ସହିତ କାହାକୁ ମଧ୍ୟ ତୁଳନା କରାଯାଇପାରିବ ନାହିଁ। ମା’ର ଅର୍ଥ ମମତା, ସ୍ନେହ, ଭଲପାଇବା, ଆକଟ କରିବା। ଯେତେବେଳେ ପିଲା କାନ୍ଦେ, ମା’ ତାର ପଣତରେ ଲୁହ ପୋଛିଦିଏ। ପିଲାକୁ ଭୋକ ଲାଗିଲେ କିମ୍ବା ତାର ସବୁ ଅଭାବକୁ କହିବା ଆଗରୁ ମା’ ବୁଝିଦିଏ। ପିଲାର ମନକଥାକୁ ମା’ ଛଡା ଆଉ କେହି ବି ଭଲଭାବେ ବୁଝିପାରନ୍ତି ନାହିଁ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯାହା ଦେଖି ଆପଣ ମଧ୍ୟ ପ୍ରଶଂସା କରି ରହିପାରିବେ ନାହିଁ। ଏହି ଫଟୋରେ ଦୁଇ ଜଣ ମହିଳା ପୋଲିସ କର୍ମଚାରୀ ଦୁଇଟି ଶିଶୁ ଧରିଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଶିଶୁ ତାଙ୍କର ନୁହେଁ ବରଂ ପରୀକ୍ଷା ଦେବାକୁ ଆସିଥିବା ଜଣେ ମହିଳାଙ୍କର।

salte

କଥା କ’ଣ କି, ଗତ ୧୦ ତାରିଖରେ ଆସାମର ଦୋରାଙ୍ଗ ଜିଲ୍ଲାରେ ଚାଲିଥିବା Teacher Eligibility Test ଦେବାକୁ ଦୁଇ ଜଣ ଶିଶୁର ମା’ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ଯେଉଁଥିପାଇଁ ଏହି ଦୁଇ ଜଣ ପିଲାଙ୍କୁ ଦୁଇ ମହିଳା କନେଷ୍ଟବଳ ମା’ ପରି ଦେଖାଶୁଣା କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେହି ଦୁଇ ମହିଳା କନେଷ୍ଟବଳଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

salute

ସୂଚନାଯୋଗ୍ୟ, ପୂର୍ବରୁ ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ମହିଳା ନିଜର ଶିଶୁ ଜଣେ ପୁରୁଷ ପୋଲିସ କର୍ମଚାରୀଙ୍କୁ ଦେଇ ପରୀକ୍ଷା ଦେବାକୁ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.