କର୍ଣ୍ଣାଟକ ପରାଜୟ ପରେ ବିଜେପିକୁ ଉପଦେଶ ଦେଲା ଆରଏସଏସ୍‌, କଂଗ୍ରେସର ବିଜୟ କାରଣ ମଧ୍ୟ କହିଲା

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଆରଏସଏସ (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ) ବିଜେପିକୁ ଉ୨୦୨୪ ଲୋକସଭା ନିର୍ବାଚନ ନେଇ ଉପଦେଶ ଦେଇଛି । ସଂଘର ମୁଖପତ୍ର ଅର୍ଗାନାଇଜେର ରେ ବିଜେପି କହିଛି ଯେ ବିଜେପିର ଆତ୍ମ ମନ୍ଥନ ଜରୁରୀ ।

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଆରଏସଏସ (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ) ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନ ନେଇ ଉପଦେଶ ଦେଇଛି । ସଂଘର ମୁଖପତ୍ର ଅର୍ଗାନାଇଜେର ରେ ବିଜେପି କହିଛି ଯେ ବିଜେପିର ଆତ୍ମ ମନ୍ଥନ ଜରୁରୀ ।

ଦଳର ବିନା ମଜବୁତ ଆଧାର ଓ ଆଞ୍ଚଳିକ ଲିଡରସିପ ବିନା ନିର୍ବାଚନ ଜିତିବା ସମ୍ଭବ ନୁହେଁ । ଆରଏସଏସ ମୁଖପତ୍ର ଅର୍ଗାନାଇଜେନସ ନରେ ଆହୁରି ମଧ୍ୟ ଲେଖାଯାଇଛି, କେବଳ ନରେନ୍ଦ୍ର ମୋଦୀଙ୍କ କରିସ୍ମା ଓ ହିନ୍ଦୁତ୍ୱ ବିଚାରଧାରାରେ ନିର୍ବାଚନ ଜିତିବା ପର୍ଯ୍ୟାପ୍ତ ନୁହେଁ । ବିଚାରଧାରା ଓ କେନ୍ଦ୍ରୀୟ ନେତୃତ୍ୱ ବିଜେପିର ସକାରାତ୍ମକ କାରଣ ହୋଇପାରେ ।

କଂଗ୍ରେସ ବିଜୟର କାରଣ କ’ଣ

ଅର୍ଗାନାଇଜେନସରେ ଲେଖାଯାଇଛି ଯେ ବିଜେପି ନେତାମାନେ କର୍ଣ୍ଣାଟକ ନିର୍ବାଚନରେ ରାଷ୍ଟ୍ରୀୟ ଏଜେଣ୍ଡାକୁ ଗୁରୁତ୍ୱ ଦେବା ବେଳେ କଂଗ୍ରେସ ସ୍ଥାନୀୟ ଏଜେଣ୍ଡା ଉପରେ ଫୋକସ କଲା । ଯାହାକି କଂଗ୍ରେସ ବିଜୟର ସବୁଠୁ ବଡ଼ କାରଣ । ପ୍ରଥମ ଥର ପାଇଁ ଆରଏସଏସ ବିଜେପିକୁ ନିର୍ବାଚନ ନେଇ ଉପଦେଶ ଦେଇଛି ।

କଂଗ୍ରେସ କ’ଣ କହେ

କର୍ଣ୍ଣାଟକ ବିଜୟ ପରେ ସଂଘ ବିଜେପିକୁ ଉପଦେଶ ଦେବା ଅବସରରେ କଂଗ୍ରେସ ନେତା ରଣଦୀପ ସୁରଜେବାଲା କହିଛନ୍ତି, ଯାହା ହେଉ ବିଜେପି ଓ ଆରଏସଏସ ମାନିଲେ ଯେ କର୍ଣ୍ଣାଟକରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରହଣ କ ରି ନାହାଁନ୍ତି । ପ୍ରକାଶଯୋଗ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୨୪ ଆସନରୁ ସର୍ବାଧିକ ୧୩୫ ଆସନ ପାଇ ସରକାର ଗଠନ କର ିଥିବା ବେଳେ ବିଜେପିକୁ ୬୬ ଓ ଜେଡିଏସକୁ ୧୯ ରେ ସନ୍ତୁଷ୍ଟ ରହିବାକୁ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.