ଧରା ପଡ଼ିବା ଭୟରେ କଏଦୀ ଗିଳିଲେ ମୋବାଇଲ ଫୋନ୍‌, ଅସହାୟ ଯନ୍ତ୍ରଣାରେ ହେଲେ ଛଟପଟ!

ଧରା ପଡ଼ିଯବା ଭୟରେ ମୋବାଇଲ ଫୋନ୍‌ ଗିଳି ଦେଲେ କଏଦୀ। କିଛି ସମୟ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତୁରନ୍ତ ତାଙ୍କୁ ହସ୍ପିଟାଲୟ ନିଆଯାଇଥିଲା। ସେଠାରେ ଏକ୍ସ-ରେ ପରେ ପେଟ ଭିତରେ ମୋବାଇଲ ଫୋନ୍‌ ଥିବା ଜଣାପଡ଼ିଥିଲା। ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ମଣ୍ଡଳ କାରାଗାରରେ।

ଜେଲ୍‌ରେ ଥିବା କଏଦୀମାନଙ୍କଠାରୁ ପ୍ରାୟତଃ ଅନେକ ସମୟରେ ମୋବାଇଲ ଫୋନ୍‌ ଜବତ ହୋଇଥାଏ। ଜେଲ୍‌ ପ୍ରଶାସନ ସହିତ ହାତ ମିଳାଇ ହେଉ କିମ୍ବା ପୋଲିସ ପ୍ରଶାସନର ଆଢ଼ୁଆଳରେ ରହି କଏଦୀମାନେ ମୋବାଇଲ ଫୋନ୍‌ ଅପରେଟ୍‌ କରି ଥାଆନ୍ତି। ଏବେ ଏହିଭଳି ଏକ ଘଟଣା ବିହାରର ଗୋପାଳଗଞ୍ଜ ମଣ୍ଡଳ କାରାଗାରରୁ ସାମ୍ନାକୁ ଆସିଛି।

ଏଠାରେ ମାଦକ ଦ୍ରବ୍ୟ ଚୋରା ଚାଲାଣ ମାମଲାରେ ଜେଲ୍‌ରେ ଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କ ପାଖରେ ମୋବାଇଲ ଫୋନ୍‌ ଥିଲା। ସିପାହୀଙ୍କ ଭୟରେ ମୋବାଇଲ ଲୁଚାଇବାକୁ ଯାଇ କଏଦୀ ଜଣକ ତାହାକୁ ତରବରିଆ ଭାବେ ଗିଳି ପକାଇଥିଲେ, ଯାହାଫଳରେ ଏହାର କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା। ହସ୍ପିଟାଲରେ ଏକ୍ସ-ରେ ପରେ ତାଙ୍କ ପେଟ ଭିତରେ ମୋବାଇଲ ଫୋନ୍‌ ସ୍ପଷ୍ଟ ନଜର ଆସିଥିଲା। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ମୁତାବକ, ଗୋପାଳଗଞ୍ଜ ମଣ୍ଡଳ କାରାଗାରରେ କୈଶର ଅଲୀ ନାମକ କଏଦୀ ଏଠାରେ ମାଦକ ଦ୍ରବ୍ୟ ଚୋରା କାରବାର ମାମଲାରେ ଦଣ୍ଡ ଭୋଗୁଛନ୍ତି। ସେ ଜେଲ୍‌ରେ ବନ୍ଦୀ ଥିଲେ ମଧ୍ୟ ମୋବାଇଲ ଫୋନ୍‌ ବ୍ୟବହାର କରି ଆସୁଥିଲେ। ଶନିବାର ରାତିରେ ଯେତେବେଳେ ସେ ମୋବାଇଲ ଫୋନ୍‌ ଚଲାଉଥିଲେ, ତ ସେହି ସମୟରେ ଡ୍ୟୁଟିରେ ଥିବା ସିପାହୀ ହଠାତ୍‌ ସେଠି ପହଞ୍ଚିଯାଇଥିଲେ। ସିପାହୀ ପହଞ୍ଚିବା କ୍ଷଣି କୈଶର ଡରି ଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ଫୋନ୍‌ଟିକୁ ଗିଳି ଦେଇଥିଲେ।

କିଛି ସମୟ ପରେ ଯେତେବେଳେ କୈଶରଙ୍କର ଅସହ୍ୟ ପେଟ ଯନ୍ତ୍ରଣା ହୋଇଥିଲା, ତ ସେ ଏହା ବିଷୟରେ ଜେଲ୍‌ ପ୍ରଶାସନକୁ କହିଥିଲେ ଏବଂ ମୋବାଇଲ ଫୋନ୍‌ ଗିଳି ଦେଇଥିବା କଥା ମଧ୍ୟ ଜଣାଇଥିଲେ। ଏହି କଥା ଶୁଣି ଜେଲ ପ୍ରଶାସନ ତତ୍ପର ହୋଇପଡ଼ିଥିଲେ ଏବଂ ସଙ୍ଗେ ସଙ୍ଗେ କୈଶରଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.