‘ରେଡ୍‌ ଲିପ୍‌ଷ୍ଟିକ ଆର୍ମି’ ବ୍ୟବହାର କରୁଛନ୍ତି ପୁଟିନ; ଜାଣନ୍ତୁ ରୁଷର ଖାସ୍‌ ସେନା ବିଷୟରେ…

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ଯୁଦ୍ଧକୁ ୨୨ ଦିନ ହୋଇଗଲାଣି। କିନ୍ତୁ ଦୁଇ ଦେଶର ସେନା ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହାରି ଭିତରେ ବ୍ରିଟିଶ ମିଡିଆ ପକ୍ଷରୁ ବଡ଼ ଖବର ସାମ୍ନାକୁ ଆସିଛି। ଏହା ମୁତାବକ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧରେ ରେଡ୍‌ ଲିପ୍‌ଷ୍ଟକ ଆର୍ମି ବ୍ୟବହାର କରୁଛନ୍ତି।

ବ୍ରିଟିଶ ମିଡିଆ ରିପୋର୍ଟ ଦାବି କରିଛି କି, ମାରିଆ ଜଖାରୋଭା ହେଉଛନ୍ତି ମିଡିଆ-ସେଭି ରୁଷୀୟ ମହିଳାଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ଚେହେରା, ଯାହାଙ୍କୁ ମିଥ୍ୟା ପ୍ରଚାର କରିବାର ଦାୟିତ୍ୱ ଦିଆଯାଇଛି। ଯୁଦ୍ଧଭୂମିରେ ପୁରୁଷ ଟ୍ୟାଙ୍କ୍‌ ଚଲାଉଥାଇ ପାରନ୍ତି, କିନ୍ତୁ ପ୍ରୋପାଗଣ୍ଡା ଓ୍ଵାରରେ ମହିଳାମାନଙ୍କ ଏଲିଟ୍‌ ଆର୍ମି ହିଁ ପୁଟିନଙ୍କ ପାଇଁ ମୋର୍ଚ୍ଚା ସମ୍ଭାଳି ରଖିଛନ୍ତି। ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ ବୁଝି ବିଚାରି ସୁନ୍ଦରୀ ମହିଳାମାନଙ୍କୁ ଉପଯୋଗ କରୁଛି।

ବ୍ରିଟିଶ ଖବରକାଗଜର କହିବା ହେଲା, ପୂର୍ବରୁ ପୁରୁଷମାନେ ସରକାରଙ୍କ ତରଫରୁ ପ୍ରେସ୍‌ ବ୍ରିଫିଙ୍ଗ୍‌ କରୁଥିଲେ, କିନ୍ତୁ ଏବେ ସୁନ୍ଦରୀ ମହିଳମାନେ ମିଡିଆ ସାମ୍ନାକୁ ଆସୁଛନ୍ତି। ଏହି ମହିଳାମାନେ ନିଜ ଷ୍ଟାଇଲ, ଚକମକିଆ ଲିପ୍‌ଷ୍ଟିକ, ଲମ୍ବା ଓ ଘନ କେଶ ଏବଂ ପୋଷାକ ପରିଧାନ ଦ୍ୱାରା ଲୋକଙ୍କ ମଧ୍ୟରେ ଅଲଗା ପ୍ରକାର ମାହୋଲ ସୃଷ୍ଟି କରୁଛନ୍ତି। ଜଖାରୋଭାଙ୍କ ପ୍ରେସ୍‌ ବ୍ରିଫିଙ୍ଗ୍‌ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି ଏବଂ ତାଙ୍କୁ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି।

ଏହି ତାଲିକାରେ ମାରିଆ ବୁଟିନାଙ୍କ ନାମ ବି ସାମିଲ ଅଛି, ଯିଏ ୨୦୧୮ରେ ରୁଷ ପାଇଁ ଆମେରିକା ବିରୋଧରେ ଗୁପ୍ତଚର କାମ କରି ଧରା ପଡ଼ିଥିଲେ। ଏବେ ସେ ପୁଟିନଙ୍କ ପାର୍ଟିର ମେମ୍ବର ଅଛନ୍ତି। ସେହିପରି ପୂର୍ବତନ ଗୁପ୍ତଚର ଏନା ଚ୍ୟାପମ୍ୟାନ ବି ଯୁଦ୍ଧକୁ ସମର୍ଥନ କରୁଥିବା ଦେଖାଯାଇଛି। ଯେତେବେଳେ କି, ରୁଷୀୟ ସାଂସଦ ତଥା ସରକାରୀ ପ୍ରବକ୍ତା ଭାଲେଣ୍ଟିନା ମତଭିୟେଙ୍କା ଦାବି କରିଛନ୍ତି, ରୁଷ ଆକ୍ରମଣ ହିଁ ଭାଇ-ଭାଇ ମଧ୍ୟରେ ହେଉଥିବା ଯୁଦ୍ଧକୁ ସମାପ୍ତ କରିବାର ତରିକା।

Leave A Reply

Your email address will not be published.