ଚିରା ଜିନ୍ସ ପିନ୍ଧିଲେ ମନ୍ଦିର ଯିବା ମନା, ଜାଣନ୍ତୁ କେଉଁ ମନ୍ଦିରରେ ହେଲା ଏପରି ନିୟମ

ଯଦି କେହି ଅଶୋଭନୀୟ ବସ୍ତ୍ର ପରିଧାନ କରିଥିବାର ନଜର ଆସିବେ ତାଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ ରହିବ । କୌଣସି ପୁରୁଷ ବା ମହିଳା ଏଭଳି ବସ୍ତ୍ର ପରିଧାନ କରି ମନ୍ଦିର ଭିତରକୁ ଆସି ପାରିବେ ନାହିଁ ବୋଲି ମହାସଂଘ କହିଛି । ଏହା ଦ୍ୱାରା ମନ୍ଦିରର ପ୍ରସିଦ୍ଧି ଉପରେ ପ୍ରଭାବ ପଡ଼ୁଛି ଏବଂ ଏହା ଭାରତୀୟ ସଂସ୍କୃତି ଉପରେ ମଧ୍ୟ ପ୍ରଭାବ ପକାଉଛି ।

(କେନ୍ୟୁଜ ବ୍ୟୁରୋ): ଚିରା ଜିନ୍ସ ପନ୍ଧିଲେ ମନ୍ଦିର ଯିବା ମନା । ମହାରାଷ୍ଟ୍ରର ନାଗପୁରରେ ଅବସ୍ଥିତ ୪ ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ ମନ୍ଦିରରେ ପ୍ରବେଶ କରିବା ପାଇଁ ସମସ୍ତ ଶରୀର ବସ୍ତ୍ରରେ ବନ୍ଦ ରହିବା ଉଚିତ । ଏହା ସହିତ ଯଦି କେହି ଅଶୋଭନୀୟ ବସ୍ତ୍ର ପରିଧାନ କରିଥିବାର ନଜର ଆସିବେ ତାଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ ରହିବ । ଏହି ନିଷ୍ପତ୍ତି ମହାରାଷ୍ଟ୍ର ମନ୍ଦିର ମହସଂଘ ତରଫରୁ ନିଆଯାଇଛି । କୌଣସି ପୁରୁଷ ବା ମହିଳା ଏଭଳି ବସ୍ତ୍ର ପରିଧାନ କରି ମନ୍ଦିର ଭିତରକୁ ଆସି ପାରିବେ ନାହିଁ ବୋଲି ମହାସଂଘ କହିଛି । ଏହା ଦ୍ୱାରା ମନ୍ଦିରର ପ୍ରସିଦ୍ଧି ଉପରେ ପ୍ରଭାବ ପଡ଼ୁଛି ଏବଂ ଏହା ଭାରତୀୟ ସଂସ୍କୃତି ଉପରେ ମଧ୍ୟ ପ୍ରଭାବ ପକାଉଛି ।

ଏହି ନିଷ୍ପତ୍ତି ପରେ ନାଗପୁରର ୪ ମନ୍ଦିରରେ ନିର୍ଦ୍ଦିଷ୍ଟ ବସ୍ତ୍ର ପରିଧାନର ନିୟମ ଲାଗୁ କରାଯାଇଛି । ଅଙ୍ଗ ପଦର୍ଶନ କରୁଥିବା ଭଳି ବସ୍ତ୍ର ପରିଧାନ କରି ଆସୁଥିବା ଭକ୍ତ ମାନଙ୍କୁ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯାଇଛି । ମନ୍ଦିର ସମ୍ମୁଖରେ ଥିବା ଗେଟ ନିକଟରେ ଥିବା ସୂଚନା ବୋର୍ଡରେ ବସ୍ତ୍ର ସମ୍ବନ୍ଧୀୟ ନିୟମ ଲେଖାଯାଇଛି । ଯେଉଁଥିରେମନ୍ଦିରକୁ ଆସୁଥିବା କୌଣସି ଭକ୍ତ ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି ବସ୍ତ୍ର ପରିଧାନ କରି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ବୋଲି ଲେଖାଯାଇଛି । ଭାରତୀୟ ସଂସ୍କୃତିର ପାଳନ କରି ଭାରତୀୟ ବେଶଭୁଷାରେ ହିଁ ଭଗବାନଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ ।

ନାଗପୁରର ଘନଟୋଲିସ୍ଥିତ ଗୋପାଳ କୃଷ୍ଣ ମନ୍ଦିର, କୋନହୋଲିବାର ଅଞ୍ଚଳର ବୃହସ୍ପତି ମନ୍ଦିର, ହିଲଟପସ୍ଥିତ ଦୁର୍ଗା ମନ୍ଦିର ଏବଂ ବେଲୋରୀର ସଂଙ୍କଟ ମୋଚନ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏହି ନିୟମ ଲାଗୁ କରାଯାଇଛି । ଏହି ମନ୍ଦିରରେ ଲାଗୁ କରାଯାଇଥିବା ନିୟମ ଭଳି ମହାରାଷ୍ଟ୍ର ମନ୍ଦିର ମହାସଂଘର ଯୋଜନା ନାଗପୁର ସମେତ ମହାରାଷ୍ଟ୍ରର ପାଖାପାଖି ୩୦୦ ମନ୍ଦିରରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ର ମନ୍ଦିର ମହାସଂଘର ଏହି ନିଷ୍ପତ୍ତିରେ ଅନେକ ବିରୋଧ କରୁଥିବା ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.