ରେମଡେସିଭିର ଇଂଜେକସନ କଳାବଜାର: ଇଂଜେକସନ ଦେବା ନାଁରେ ୨୩ ଜଣଙ୍କଠୁ ଠକି ନେଇଥିଲେ ୭.୫୦ ଲକ୍ଷ ଟଙ୍କା, ବିଦେଶୀ ନାଗରିକ ଗିରଫ

ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ରେମଡେସିଭିର ଇଂଜେକସନର କଳାବଜାର ଜାରି ରହିଛି। ମହାମାରୀ ସମୟରେ ଠକମାନେ ଚଢ଼ା ଦାମରେ ରେମଡେସିଭିର ଇଂଜେକସନ ବିକ୍ରି କରୁଛନ୍ତି। ଏବେ ଏହି ଠକେଇରେ ନକଲି ରେମଡେସିଭିର ଇଂଜେକସନ ବି ବିକ୍ରି କରାଯାଉଛି।

ଏମିତି ଏକ ମାମଲାରେ ଆଉଟର ଦିଲ୍ଲୀ ପୋଲିସ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି, ଯିଏକି ୨୩ ଲୋକଙ୍କୁ ରେମଡେସିଭିର ଇଂଜେକସନ ଦେବା ନାଁରେ ୭ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। କିନ୍ତୁ ଇଂଜେକସନ ଦେଇ ନାହାନ୍ତି। ପୋଲିସ ଏହି ବିଦେଶୀ ନାଗରିକଙ୍କ ଠାରୁ ୧୦ ସିମ କାର୍ଡ, ୫ ମୋବାଇଲ ଫୋନ ସହିତ ୪୦ ଲୋକଙ୍କ ନାଁ ଏବଂ ନମ୍ବର ଜବତ କରିଛି।

ସୂଚନାଥାଉ କି, ରେମଡେସିଭିର ଇଂଜେକସନକୁ ହେପାଟାଇସିସ ସି ଏବଂ ଶ୍ୱାସ ସମ୍ବନ୍ଧୀୟ ଭାଇରସର ଚିକିତ୍ସା ଲାଗି ଏକ ଆମେରିକୀୟ ଔଷଧ କମ୍ପାନୀ M / s Gilead Sciences ବନାଇଥିଲା। ବର୍ତ୍ତମାନ ଦେଶରେ ୭ ଭାରତୀୟ କମ୍ପାନୀ M / s Gilead Sciences ସହିତ ଏକ ଚୁକ୍ତିନାମା ଅଧୀନରେ ରେମଡେସିଭିର ଉତ୍ପାଦନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.