ୟୁକ୍ରେନକୁ ତିନି ପଟୁ ଘେରିଲା ରୁଷ: କରୁଛି ସେନା ଅଭ୍ୟାସ, ସୀମାରେ ୧.୩୦ ଲକ୍ଷ ସେନା ମୁତୟନ

ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଦିନକୁ ଦିନ ତିକ୍ତତା ବଢିବାରୁ କେବଳ ପରିସ୍ଥିତି ନୁହେଁ ବରଂ ଯୁଦ୍ଧ ତାରିଖ ମଧ୍ୟ ଘୋଷଣା କରିସାରିଲାଣି ରୁଷ । ୟୁକ୍ରେନ୍ ସୀମାରେ ନିଜର ୧.୩୦ ଲକ୍ଷ ସେନାଙ୍କୁ ମୁତୟନ କରାଯାଇଛି । ଏହାସହିତ ରୁଷ ଯୁଦ୍ଧ ପରିପ୍ରେକ୍ଷୀରେ ଟ୍ୟାଙ୍କ୍, ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ମିସାଇଲ୍ ଆଦି ମୁତୟନ କରିଛି । ଏଥିମଧ୍ୟରେ ୧.୧୨ ଲକ୍ଷ ଯବାନ ରହିଥିବା ବେଳେ ୧୮ ହଜାର ନୌସେନା ଓ ବାୟୁସେନାର ଯବାନ ରହିଛନ୍ତି । ରିପୋର୍ଟ ମୁତାବକ, ୟୁକ୍ରେନକୁ ରୁଷ ତିନି ପଟରୁ ଘେରିଯାଇଛି । ଫେବୃଆରୀ ୧୬ ତାରିଖରେ ୟୁକ୍ରେନ୍ ଉପରେ ହମଲା ହେବାକୁ ଯାଉଛି ।

ଆମେରିକା ଓ ୟୁରୋପୀୟ ଦେଶ ପକ୍ଷରୁ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦିଆଯାଇଛି । କିନ୍ତୁ ରୁଷ ଉପରେ ଏହାର କୌଣସି ପ୍ରଭାବ ପଡ଼ୁଥିବା ଦେଖାଯାଉନାହିଁ । ରବିବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ରୁଷ ରାଷ୍ଟ୍ରପତି ଭ୍ଲାଦିମୀର୍ ପୁଟିନଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କିଙ୍କ ସହି ମଧ୍ୟ ଆଲୋଚନା କରିଥିଲେ । ତଥ୍ୟ ମୁତାବକ, ଜୋ ବାଇଡେନ୍‌ଙ୍କ ସହିତ ହୋଇଥିବା ଏହି କନ୍‌ଫେରେନ୍ସ କଲ୍‌ରେ ବ୍ରିଟେନ, ଜର୍ମାନୀ, ଇଟାଲୀ, କାନାଡା, ପୋଲାଣ୍ଡ, ରୋମାନିଆ ଏବଂ ଫ୍ରାନ୍ସର ନେତାମାନଙ୍କ ସହ ନାଟୋ ମହାସଚିବ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସୈନ୍ୟ ଅଭ୍ୟାସ କରୁଛି ରୁଷ

ଆମେରିକା ନିଜର ୪ ବି-୫୨ ବାମ୍ବର୍ ଯୁଦ୍ଧ ବିମାନ ବ୍ରିଟେନରେ ମୁତୟନ କରିଛି । ଏହି ବିମାନ ଗୁଡ଼ିକ ପରମାଣୁ ବୋମା ସହିତ ଭୁମଧ୍ୟ ସାଗରରେ ୟୁକ୍ରେନ୍ ସୀମା ଆଖପାଖରେ ଉଡାଣ ଭରିଛି । ଏକ ରିପୋର୍ଟ ମୁତାବକ, ଏହି ବୋମାବର୍ଷକ ନାର୍ଥ ଡାକୋଟାରୁ ବ୍ରିଟେନ୍ ପହଞ୍ଚିଛନ୍ତି ଓ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବେ ।

ukraine
Photo credit: Tv9Hindi

ତିନି ପଟୁ ଘେରିଛି ରୁଷ:

ୟୁକ୍ରେନକୁ ରୁଷ ପୂର୍ବ ୟୁକ୍ରେନ, ବେଲାରୁଷ ଏବଂ କ୍ରିମିୟା ପଟୁ ଘେରିସାରିଛି। ସେଠାରେ ସୈନ୍ୟବାହିନୀ ପହଞ୍ଚି ଅଭ୍ୟାସ କରୁଛନ୍ତି। ଯାହାର ଫଟୋ ଦେଖିଲେ ନିଶ୍ଚିତ ଜାଣିହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.