ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମର ଭୟଙ୍କର ପ୍ରତିଶୋଧ ନେଲା ରୁଷ୍‌! ଖେର୍‌ସନରେ ୨୧ ଜଣଙ୍କ ମୃତ୍ୟୁ, ୪୮ ଆହତ

ଖେର୍‌ସନ ଉପରେ ରୁଷର ଭୟଙ୍କର ଆକ୍ରମଣ। ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮ ଆହତ ହୋଇଛନ୍ତି। ଖେରସନର ଏକ ରେଲେଓ୍ଵ ଷ୍ଟେସନ, ହାର୍ଡଓ୍ଵାର ଷ୍ଟୋର, ଆବାସିକ ଘର, ଗ୍ରୋସରୀ ସୁପର ମାର୍କେଟ, ଗ୍ୟାସ ଷ୍ଟେସନ ଉପରେ ଏହି ଆକ୍ରମଣ କରିଛି ରୁଷ୍ ସେନା।

ଖେର୍‌ସନ ଉପରେ ରୁଷର ଭୟଙ୍କର ଆକ୍ରମଣ। ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮ ଆହତ ହୋଇଛନ୍ତି। ଖେରସନର ଏକ ରେଲେଓ୍ଵ ଷ୍ଟେସନ, ହାର୍ଡଓ୍ଵାର ଷ୍ଟୋର, ଆବାସିକ ଘର, ଗ୍ରୋସରୀ ସୁପର ମାର୍କେଟ, ଗ୍ୟାସ ଷ୍ଟେସନ ଉପରେ ଏହି ଆକ୍ରମଣ କରିଛି ରୁଷ୍ ସେନା, ଯାହାର ଫଟୋ ଜାରି କରିଛି ୟୁକ୍ରେନ୍। ମୃତାହତଙ୍କ ଭିତରେ ଅନେକ ସାଧାରଣ ନାଗରିକ ଅଛନ୍ତି।

ରୁଷ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ଏହି ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ଧାରଣ କରିଥିବା ଜଣାପଡିଛି। ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମକୁ ନେଇ ରୁଷ୍‌ ଏତେ କ୍ରୋଧିତ ହୋଇଛି ଯେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରୁଛି।

ୟୁକ୍ରେନ ରାଜଧାନୀ କିଭ୍‌, ଖେରସନ ସମେତ ଅନେକ ସହରରେ କ୍ରମାଗତ ବିସ୍ଫୋରଣର ଶବ୍ଦ ଆସୁଛି। ଆକ୍ରମଣର ଚେତାବନୀ ଦେବା ପାଇଁ ଘନ ଘନ ସାଇରନ୍ ବଜାଯାଉଛି। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସବୁ ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ୟୁକ୍ରେନ ଭିତରେ ଓ ବାହାରେ ରୁଷୀୟ ସୈନ୍ୟ ଆଲର୍ଟ ମୋଡରେ ଅଛନ୍ତି ଏବଂ ଅନେକ ସହରରେ ଭୟଙ୍କର ଆକ୍ରମଣ କରୁଛନ୍ତି। ଓଡେସାର ମିଲିଟାରୀ ଏକାଡେମୀ ନିକଟରେ ନିଆଁ ଲାଗିବାର ଖବର ରହିଛି। ଏହା ବ୍ୟତୀତ ଖେରସନରେ ମଧ୍ୟ ବଡ଼ ଆକ୍ରମଣ କରାଯାଇଛି, ଯେଉଁଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.