ଯୁଦ୍ଧ ସଙ୍କଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଲା ୟୁକ୍ରେନ

ନୂଆଦିଲ୍ଲୀ: ଯୁଦ୍ଧ ସଙ୍କଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଲା ୟୁକ୍ରେନ। ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଋଷିଆ ସହ ଭାରତର ଭଲ ସମ୍ପର୍କ ରହିଛି । ଏଭଳି ସ୍ଥିତିରେ ପୁଟିନ୍‌-ମୋଦିଙ୍କ ଆଲୋଚନା ଫଳପ୍ରଦ ରହିବ । ଏ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅପିଲ କରିଛି ୟୁକ୍ରେନ୍‌ ।

ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ, ‘ଭାରତ ଓ ରୁଷର ସମ୍ପର୍କ ଭଲ ଅଛି । ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ କି ସେ ତୁରନ୍ତ ରୁଷର ରାଷ୍ଟ୍ରପତି ପୁଟିନ୍ ଓ ଆମ ରାଷ୍ଟ୍ରପତି ଭଲୋଡିମିର ଜେଲେନକ୍ସିଙ୍କ ସହ ଯୋଗାଯୋଗ କରନ୍ତୁ । ଆଲୋଚନା ଦ୍ୱାରା ବିବାଦର ସାମଧାନ ହୋଇପାରିବ ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.