G7 ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଲେ ପୁଟିନ୍‌! ମୂଲ୍ୟର ସୀମା ନିର୍ଦ୍ଧାରଣ କରିବ ତ ସବୁଦିନ ପାଇଁ ବନ୍ଦ କରିଦେବି ତୈଳ ଓ ଗ୍ୟାସ୍‌ ସପ୍ଲାଏ

ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବେ ତାତି ଉଠିଛନ୍ତି। ଯେଉଁ ଦେଶଗୁଡ଼ିକ ତୈଳ ମୂଲ୍ୟର ସୀମା (ପ୍ରାଇସ୍‌ କାମ୍ପିଂ) ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି, ପୁଟିନ୍‌ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପୁଟିନ୍‌ କହିଛନ୍ତି କି, ଯେଉଁ G7 ଦେଶଗୁଡ଼ିକ ଏହି ଯୋଜନାରେ ସାମିଲ ହେବେ, ସେମାନଙ୍କୁ ରୁଷ୍‌ ତରଫରୁ ତୈଳ ଓ ଗ୍ୟାସ୍‌ ଯୋଗାଣ ବନ୍ଦ କରି ଦିଆଯିବ। ସେ କହିଥିଲେ କି, ଏମିତି କରିବା ସମ୍ପୂର୍ଣ୍ଣ ମୂର୍ଖତାପୂର୍ଣ୍ଣ ନିର୍ଣ୍ଣୟ ହେବ।

ପୁଟିନ୍‌ ପ୍ରଶାନ୍ତ ବନ୍ଦର ସହର ଭ୍ଲାଦିଭୋସ୍ତୋକ୍‌ରେ ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌କୁ କହିଛନ୍ତି, କିଛି ପଶ୍ଚିମ ଦେଶ ତୈଳ ମୂଲ୍ୟକୁ ସୀମିତ କରିବା ଉପରେ ବିଚାର କରୁଛନ୍ତି, ଯାହାକି ମୂର୍ଖାମୀର କଥା ହେବ। ସେ ଆହୁରି କହିଥିଲେ ଯେ ଯଦି ଏହା ଆମ ହିତ ପାଇଁ ବିପରୀତ, ତା’ ହେଲେ ଆମେ ନିଜର ଆର୍ଥିକ ହିତକୁ ନଜରରେ ରଖି କୌଣସି ବି ଜିନିଷ ଯୋଗାଣ କରିବୁ ନାହିଁ। ଗ୍ୟାସ୍‌, ତୈଳ, କୋଇଲା, ଇନ୍ଧନ ତୈଳ, କିଛି ବି କରିବୁନି।

ଆର୍ଥିକ ରୂପେ ଦୁର୍ବଳ କରିବାକୁ ପ୍ରସ୍ତୁତି

ବାସ୍ତବରେ, ଜି୭ ଔଦ୍ଦ୍ୟୋଗିକ ଶକ୍ତିସମୂହ ରୁଷୀୟ ତୈଳ ଆମଦାନୀରେ ମୂଲ୍ୟ ହ୍ରାସ ଲାଗୁ କରିବା ଦିଗରେ ତତ୍କାଳ ପଦକ୍ଷେପ ଉଠାଇବାକୁ ଆହ୍ଵାନ କରିଛନ୍ତି। ପୁଟିନ୍‌ କହିଛନ୍ତି, ରୁଷ୍‌ ନିଜର ଏଗ୍ରିମେଣ୍ଟ୍‌ ସମ୍ବନ୍ଧୀୟ ଦାୟିତ୍ୱଗୁଡ଼ିକୁ ସମ୍ମାନ କରିବ ଏବଂ ଆଶା ଅଛି ଯେ ଅନ୍ୟ ଦେଶ ମଧ୍ୟ ଏମିତି କରିବେ।

ଶୀତ ପୂର୍ବରୁ ୟୁରୋପରେ ଶକ୍ତିର ମୂଲ୍ୟ ବୃଦ୍ଧି ଆଡ଼କୁ ଈଶାରା କରି ପୁଟିନ୍‌ କହିଥିଲେ, ରୁଷ୍‌ ବର୍ତ୍ତମାନର ଏଗ୍ରିମେଣ୍ଟ୍‌ ବ୍ୟତୀତ କିଛି ବି ଯୋଗାଣ କରିବ ନାହିଁ। ସବୁ କିଛି ଫ୍ରିଜ୍‌ କରି ଦେବ। ସେପଟେ ଦାମ୍‌ଗୁଡ଼ିକ ଉପରେ ସବ୍‌ସିଡି ଦେବାକୁ ନେଇ ପୁଟିନ୍‌ କହିଥିଲେ, ଆର୍ଥିକ ଦୃଷ୍ଟିକୋଣରୁ ଏହା ଠିକ୍‌ ଅଛି, କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ଏହା ବିପଜ୍ଜନକ। ଏହାଦ୍ୱାରା ବିସ୍ଫୋରଣ ହୋଇପାରେ। ଏମିତିରେ ନିୟମଗୁଡ଼ିକୁ ସଠିକ୍‌ ଭାବେ ପାଳନ କରିବା ହିଁ ଭଲ।

ଜି୭ କ’ଣ?

ଜି୭ ପ୍ରମୁଖ ଔଦ୍ଦ୍ୟୋଗିକ ଦେଶଗୁଡ଼ିକର ଏକ ଗ୍ରୁପ୍‌, ଯେଉଁଥିରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ଇଂଲଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସାମିଲ ଅଛନ୍ତି। ଚଳିତ ବର୍ଷ ଜର୍ମାନୀ ଜି୭ର ଅଧ୍ୟକ୍ଷତା କରୁଛି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଛାଡ଼ିବା ପରେ ଏହି ଦେଶଗୁଡ଼ିକ ରୁଷୀୟ ତୈଳ ଦାମ୍‌ର ଏକ ସୀମା ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସେମାନେ ଖୁବ୍‌ ଜଲ୍‌ଦି ଏକ ବୁଝାମଣାର ବି ଘୋଷଣା କରି ପାରନ୍ତି।

ସୂଚନାଥାଉ କି, ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ବି ଫଳାଫଳ ମିଳିପାରି ନାହିଁ। ଉଭୟ ଦେଶ କେହି କାହାକୁ ଛାଡ଼ିବାକୁ ନାରାଜ। ଯଦିଓ ଏହି ଯୁଦ୍ଧରେ ୟୁକ୍ରେନ ବହୁତ କ୍ଷତି ସହିଛି, କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଯବାନମାନେ ଅସ୍ତ୍ର ଛାଡ଼ି ନାହାନ୍ତି। ସେପଟେ ରୁଷ୍ ସେନା ନିଜର ଘାତକ କ୍ଷେପଣାସ୍ତ୍ର ଏବଂ ବୋମା ମାଧ୍ୟମରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସାବଶେଷରେ ପରିଣତ କରି ଦେଇଛି, ଏହାସତ୍ତ୍ୱେ ୟୁକ୍ରେନ, ରୁଷ୍ ସହିତ ଯୁଦ୍ଧ କରିବାରେ ପଛଘୁଞ୍ଚା ଦେଉନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.