ସୁଧ ଉପରେ ସୁଧ ପ୍ରସଙ୍ଗ, ଆସନ୍ତା ସପ୍ତାହେ ମଧ୍ୟରେ ନିଜ ପକ୍ଷ ରଖିବାକୁ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ (କେ ନ୍ୟୁଜ): ଦେଶର ଦେଶର ପ୍ରଚଳିତ ଆର୍ଥିକ ଅବସ୍ଥାକୁ ନେଇ ସୁପ୍ରିମ କୋର୍ଟ ବୁଧବାର ଏକ ବଡ ଧରଣର ଟିପ୍ପଣୀ ଦେଇଛନ୍ତି । କରୋନା କାରଣରୁ ଜାରି ହୋଇଥିବା ଲକ ଡାଉନ ସମୟରେ ସୁଧ ଉପରେ ସୁଧ କ୍ଷେତ୍ରରେ କେନ୍ଦ୍ରର ନିଷ୍କ୍ରିୟତାକୁ ନେଇ ଏକ ଶୁଣାଣି ସମୟରେ ଉଚ୍ଚତମ ନ୍ୟାୟାଳୟ ଏହି ଟିପ୍ପଣୀ କରିଥିବା ଜଣାଯାଇଛି । ଏହା ସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏବାବଦରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତିକି, ଦେଶବ୍ୟାପୀ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକ ଡାଉନ କାରଣରୁ ହିଁ ଆର୍ଥିକ ବ୍ୟବସ୍ଥା ଏକ ପ୍ରକାର ଉଜୁଡି ଯାଇଛି । ବିପର୍ଯ୍ୟୟ ଅଧିନିୟମ ଆଇନ ନେଇ କେନ୍ଦ୍ର ନିକଟରେ ଯଥେଷ୍ଟ କ୍ଷମତା ଥିଲେ ମଧ୍ୟ ଏଯାବତ କେନ୍ଦ୍ର ନିଜ ପକ୍ଷ ସ୍ପଷ୍ଟ କରି ପାରିନାହିଁ । ଏହି ସମୟ ବ୍ୟବସାୟ କଥା ଚିନ୍ତା ନକରି ଲୋକଙ୍କ ଦୁର୍ଦ୍ଧଶା ବାବଦରେ ଚିନ୍ତା କରିବା ଉଚିତ ।

ଏହା ଉତ୍ତରରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତିକି, ସରକାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସମନ୍ୱୟ ରଖି ହିଁ କାମ କରୁଛନ୍ତି। ପିଠରେ ଥିବା ଅନ୍ୟତମ ନ୍ୟାୟମୂର୍ତ୍ତି ସୁଭାଷ ରେଡ୍ଡୀ ଓ ଏମଆର ଶାହ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତିକି, ପ୍ରଥମେ କେନ୍ଦ୍ର ସରକାର ନିଜ ବିପର୍ଯ୍ୟୟ ଅଧିନିୟମକୁ ନେଇ ସ୍ପଷ୍ଟ କରନ୍ତୁ । ବର୍ତ୍ତମାନ ସମୟରେ ପ୍ରଚଳିତ ଥିବା ସୁଧ ଉପରେ ଅତିରିକ୍ତ ସୁଧ ହାସଲ କରାଯଇପାରିବ କି ନାହିଁ ବୋଲି ସେବାବଦରେ ସ୍ପଷ୍ଟ ଚିତ୍ର ରଖନ୍ତୁ । ଅନ୍ୟପକ୍ଷରେ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜବାବ ଦାଖଲ କରିବା ନେଇ ଏକ ସପ୍ତାହର କୋର୍ଟଙ୍କୁ ଏକ ସପ୍ତାହ ପାଇଁ ସମୟ ମାଗିବା ପରେ ଅଦାଲତ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.