ନିଜ ପୋଷା କୁକୁର ଛୁଆକୁ ଆନିମଲ୍‌ ଶେଲ୍‌ଟରରେ ଛାଡ଼ି ଆସିଲା ୧୨ ବର୍ଷର ବାଳକ, କାରଣ ଜାଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ସୋସିଆଲ ମିଡିଆରେ ଏକ ଡଗିର ଫଟୋ ଖୁବ୍‌ ଭାଇରାଲ ହେଉଛି। ଲୋକଙ୍କୁ ଏହି ଫଟୋ ଭାବୁକ କରିଦେଉଛି। ପ୍ରକୃତ କଥା ହେଲା, ‘ଆଣ୍ଡ୍ରି’ ନାମକ ଜଣେ ୧୨ ବର୍ଷର ବାଳକ ନିଜ ଡଗି ‘ମେକ୍ସିକାନ’କୁ ଆନିମଲ୍‌ ରେସ୍‌କ୍ୟୁରେ ଛାଡ଼ିଦେଇଛି। ସେ ଡଗିକୁ ଶେଲ୍‌ଟରରେ ଛାଡ଼ିବା ସହିତ ଏକ ଚିଠି ମଧ୍ୟ ରଖିଯାଇଛି। ଚିଠିଟି ସ୍ପେନିଶ୍‌ରେ ଲେଖାହୋଇଛି।

ଏଥିରେ ପିଲାଟି ଲେଖିଛି ଯେ ‘ମୋ ବାପା ଏହି ପପ୍ପିକୁ ନିର୍ଯାତନା ଦେଉଛନ୍ତି। ସେ ଏହାକୁ ବିକି ମଧ୍ୟ ପାରନ୍ତି। ବାପା ଏହି କୁକୁର ଛୁଆକୁ ଅତି ଖରାପ ଭାବେ ପିଟିଛନ୍ତି। ତା’ ଲାଞ୍ଜରେ ଆଘାତ ବି ଲାଗିଛି’। ତେବେ କୁକୁର ଛୁଆଟି ଏକ ବଡ଼ ଡବାରେ ବନ୍ଦ ଥିବା ବେଳେ ତା’ ଭିତରେ ହିଁ ଚିଠିଟି ପଡ଼ିଥିଲା।

ସେପଟେ ଲୋକେ ଏହି ଫେସ୍‌ବୁକ ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅଧିକାଂଶ ୟୁଜର କହିଥିଲେ ଯେ ‘ପିଲାଟି ନିଜ ସାଙ୍ଗ(ଡଗି)କୁ ଛାଡ଼ିବାରେ କେତେ କଷ୍ଟ ସହିଥିବ’। ବର୍ତ୍ତମାନ କୁକୁରର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ତା’ର ଲାଳନପାଳନ ପାଇଁ ଶେଲ୍‌ଟର ହୋମ୍‌ର କର୍ମଚାରୀ ବିଜ୍ଞାପନ ଦେଇଛନ୍ତି।