ତାଲିବାନର ଟପ୍‌ କମାଣ୍ଡର ଶେଖ୍‌ ରହିମୁଲ୍ଲାହ ହକ୍କାନୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ; ନକଲି ଗୋଡ଼ରେ ବିସ୍ଫୋରକ ଲୁଚାଇ ରଖିଥିଲା ଆକ୍ରମଣକାରୀ!

ଆତ୍ମଘାତୀ ଆତଙ୍କୀ ଆକ୍ରମଣକୁ ପ୍ରୋତ୍ସାହନ ଦେଉଥିବା ତାଲିବାନର ଶେଖ୍‌ ରହିମୁଲ୍ଲାହ ହକ୍କାନୀ ନିଜେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଏକ ମଦରାସାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀ ନିଜର ଏକ ନକଲି ଗୋଡ଼ରେ ବିସ୍ଫୋରକ ଲୁଚାଇ ରଖିଥିଲା।

ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, କାବୁଲରେ ରହିମୁଲ୍ଲାହ ହକ୍କାନୀଙ୍କର ନିଜର ହିଁ ମଦରାସାରେ ହୋଇଥିବା ବିସ୍ଫୋରଣରେ ତାଙ୍କ ମୃତ୍ୟୁ ଘଟିଛି। ହକ୍କାନୀ ତାଲିବାନର ପ୍ରମୁଖ ଧାର୍ମିକ ମୌଲବୀ ଥିଲେ। ସେ ତାଲିବାନର ଜଣେ ଇସ୍‌ଲାମୀ ବିଦ୍ୱାନ ହେବା ସହିତ ଆତଙ୍କବାଦୀ ବିଚାରଧାରାର ମଧ୍ୟ ଦୃଢ଼ ସମର୍ଥକ ଥିଲେ।

ରହିମୁଲ୍ଲାହ ହକ୍କାନୀଙ୍କ ମୃତ୍ୟୁ ନେଇ ଇସ୍‌ଲାମିକ୍‌ ଏମିରେଟ୍ସର ଉପ ପ୍ରବକ୍ତା ବିଲାଲ୍‌ କରିମୀ ନିଶ୍ଚିତ କରିଛନ୍ତି। ଏହି ବିସ୍ଫୋରଣରେ ରହିମୁଲ୍ଲାହଙ୍କ ସହ ତାଙ୍କ ୫ ବର୍ଷର ପୁଅ ଓ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ପାଇଁ ଆଇଏସ୍‌ ନିଜକୁ ଦାୟୀ କରିଛି। ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.