ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ, ୨ ପାଇଲଟ ମୃତ

ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ । ଘଟଣାରେ ୨ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଆଫଗାନିସ୍ତାନର ସମାଙ୍ଗନର ଖୁଲମ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି ।

ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ରକ୍ଷା ବିଭାଗ ମୁତାବକ, ଉତ୍ତରୀ ସମାଙ୍ଗନ ଅଞ୍ଚଳରେ ହେଲିକପ୍ଟର କ୍ରାସ ହୋଇଥିଲା । ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ, ଆଫଗାନିସ୍ତାନର ବାୟୁସେନା ହେଲିକପ୍ଟରଏମଡି-୫୩୦ ହାଇଭୋଲଟେଜ ବିଦ୍ୟୁତ୍‌ ଖୁଣ୍ଟରେ ଧକ୍କା ଖାଇ କ୍ରାସ ହୋଇଛି । ଏହି କାରଣରୁ ହେଲିକପ୍ଟରରେ କିଛି ବୈଷୟିକ ତ୍ରୁଟି ଆସିଥିଲା ଫଳରେ ଦୁର୍ଘଟଣାଗସ୍ତ ହୋଇଥିଲା ହେଲିକପ୍ଟର । ଘଟଣାରେ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି ।

ସମାଙ୍ଗନ ପ୍ରାନ୍ତରେ ଖୁଲମ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି । ଆଫଗାନିସ୍ତାନରେ ତାଲିବାନର ସୂଚନା ବିଭାଗର ପ୍ରମୁଖ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଅନେକ ଥର ପୂର୍ବରୁ ବୈଷୟିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗସ୍ତ ହୋଇଯାଇଛି । ଅନେକ ପାଇଲଟଙ୍କ ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ, ୨୦୨୧ ରେ ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ବାୟୁସେନାର ଅନେକ ହେଲିକପ୍ଟର ବିଭିନ୍ନ କାରଣରୁ ଦୁର୍ଘଟଣାର ଶିକାର ହୋଇଛି । ସେହିପରି ଗତବର୍ଷ ୧୦ ସେପ୍ଟେମ୍ବରକୁ ଆମେରିକା ନିର୍ମିତ ବ୍ଲାକ ହକ୍‌ ହେଲିକପ୍ଟର ମିଲିଟ୍ରି ଟ୍ରେନିଂ ସମୟରେ ଦୁର୍ଘଟଣାଗସ୍ତ ହୋଇଥିଲା । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.