୬୦ ବର୍ଷୀୟା ମହିଳାଙ୍କୁ ବିବାହ କଲେ ୨୦ ବର୍ଷର ଯୁବକ, ମିସ୍‌ଡ କଲ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ

ବିବାହ ବେଳେ ପୁଅ ଝିଅଙ୍କ ବୟସକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସାଧାରଣତଃ ବରର ବୟସ କନ୍ୟାରୁ ଅଧିକ ରହିଥାଏ। ମାତ୍ର ଏବେ ଯୁଗ ବଦଳିବା ସହ ଧୀରେ ଧୀରେ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଲୋକମାନେ ପ୍ରେମ କରିବା ବେଳେ ବୟସ, ଜାତି ଗୋତ୍ର କିଛି ମାନୁନାହାନ୍ତି। ତଥାପି ଅଧିକ ବୟସର ବ୍ୟକ୍ତିଙ୍କୁ ସାଥୀ ଭାବେ ଗ୍ରହଣ କରିବାକୁ କେହି ପସନ୍ଦ କରନ୍ତି ନାହିଁ। ମାତ୍ର ଏହା ଓଲଟା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁରାଦାବାଦରେ। ସେଠାରେ ଏକ ସେହିଭଳି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକୁ ଶୁଣିବା ପରେ ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ।

प्रतीकात्मक तस्वीर

ରିପୋର୍ଟ ମୁତାବକ, ସ୍ଥାନୀୟ ରାମପୁରର ସୈଦନଗରରେ ବାସ କରୁଥିବା ଜଣେ ୬୦ ବର୍ଷୀୟା ମହିଳାଙ୍କୁ ବିବାହ କରିଛନ୍ତି ଜଣେ ୨୦ ବର୍ଷୀୟ ଯୁବକ। ଏହି ବିବାହ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ଘର ହରଦୋଇ ବୋଲି ଜଣାଯାଇଛି। କୁହାଯାଉଛି ଯେ ଉଭୟଙ୍କ ପ୍ରେମ ଏକ ମିସ୍‌ଡ କଲରୁ ଆରମ୍ଭ ହୋଇଥିଲା।

Related image

ଦୁଇ ବର୍ଷ ପୂର୍ବରୁ ଯୁବକ ଜଣକ ନିଜ ମୋବାଇଲକରୁ ଜଣେ ସାଙ୍ଗଙ୍କୁ କଲ୍‌ କରୁଥିଲେ। ମାତ୍ର କଲ ଲାଗିଲା ୬୦ ବର୍ଷୀୟ ମହିଳାଙ୍କୁ। ଉଭୟେ ପରସ୍ପର ସହ କଥାବାର୍ତ୍ତା କରିବା ଆରମ୍ଭ କଲେ। ଧୀରେ ଧୀରେ କଥାବାର୍ତ୍ତା ବଢ଼ିଲା ଓ ଉଭୟେ ସାତ ଜନ୍ମ ପାଇଁ ସାଥୀ ହେବାକୁ ନିଷ୍ପତ୍ତି ନେଲେ।

Image result for marriage

ମହିଳା ଜଣକ ଯୁବକଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି ଓ ତାଙ୍କ ପାଖରେ ପ୍ରାୟ ୧୨ ବିଘା(ପ୍ରାୟ ୩ ଏକର)ଜମି ଅଛି। ଏଣୁ ବିବାହ ପରେ ଯୁବକଙ୍କୁ ଗାଁରେ ରହିବାକୁ ପଡ଼ିବ। ଏହା ପରେ ଯୁବକ ଜଣକ ମହିଳାଙ୍କ ଗାଁକୁ ଆସିଥିଲେ ଓ ବିବାହ କରିଥିଲେ। ମା’ଙ୍କ ବିବାହ ନେଇ ମହିଳାଙ୍କ ଝିଅକୁ ଜଣାପଡ଼ିବା ପରେ ସେ ଶାଶୁ ଘରୁ ଆସି ଏହାକୁ ବିରୋଧ କରିଥିଲେ। ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା। ଉଭୟ ପକ୍ଷ ଥାନାକୁ ଯାଇଥିଲେ। ମାତ୍ର ପୋଲିସ ସାମ୍ନାରେ ଯୁବକ ଓ ମହିଳା କହିଥିଲେ ଯେ ଉଭୟେ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଏହା ଜାଣିବା ପରେ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.