କରୋନା ମୃତକଙ୍କ ଶବକୁ ରାତିଅଧିଆ ପୋତିଦେଉଛନ୍ତି ମମତା ସରକାର, ଭିଡିଓ ଜାରି କଲା ବିଜେପି

ସାରା ବିଶ୍ୱ ଏବେ କରୋନା ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାକୁ ନେଇ ରାଜନୀତି ବି ଜୋର ଧରିଛି। ପଶ୍ଚିମବଙ୍ଗ ବିଜେପିର ଅଫିସିଆଲ ୱେବସାଇଟରେ ଏକ ୩ ମିନିଟର ଭିଡିଓ ସେୟାର କରାଯାଇଛି, ଯାହା ଏବେ ଅଧିକ ଚର୍ଚ୍ଚାରେ ରହିଛି। ଭିଡିଓ ସେୟାର କରି ବିଜେପି ଦାବି କରିଛି ଯେ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟ କର୍ମୀମାନେ ରାତିଅଧିଆ କରୋନା ସଂକ୍ରମିତ ରୋଗୀଙ୍କ ଶବକୁ ପୋତିବାକୁ ଚେଷ୍ଟା କରୁଛନ୍ତି। ବିଜେପିର ମହାସଚିବ କୈଳାଶ ବିଜୟବର୍ଗୀୟ ଏହାକୁ ବିରୋଧ କରିବା ସହ ମମତା ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦେଖନ୍ତୁ ଭିଡିଓ:


କୈଳାଶ କହିଛନ୍ତି ଯେ କରୋନା ମୃତ୍ୟୁକୁ ଲୁଚାଇବା ପାଇଁ ଶବଗୁଡ଼ିକୁ ରାତି ଅଧିଆ ପୋତିଦିଆଯାଉଛି। ଏହା ମୃତଦେହର ଅପମାନ ଓ ପରମ୍ପରା ବିରୁଦ୍ଧ। ଯେଉଁଠାରେ ଶବ ପୋତାଯାଉଛି ସେଠାରେ ସଂକ୍ରମଣର ଆଶଙ୍କା ରହିଛି। ଏଥିରୁ ସହଜରେ ଅନୁମାନ କରି ହେଉଛି ରାଜ୍ୟର ସ୍ଥିତି ବର୍ତ୍ତମାନ କଣ ରହିଛି।

Coronavirus in West Bengal: Health workers dump 'corpse' in ...

ଅନ୍ୟପଟେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ଼ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରିଛନ୍ତି। ମମତା କରୋନା ମୁକାବିଲା କରିବାରେ ଅସମର୍ଥ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଆଗକୁ ଯଦି ଏଭଳି ସ୍ଥିତି ଲାଗିରହେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଠି ସହ ମମତାଙ୍କୁ ଜନ-ବିରୋଧୀ ବୋଲି ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.