ମହଙ୍ଗା ପଡ଼ିଲା ଟ୍ରମ୍ପଙ୍କୁ ପ୍ରଶ୍ନ କରିବା , ସିଏନଏନ୍ ରିପୋର୍ଟରଙ୍କ ପାସ୍ ରଦ୍ଦ କରିଛି ହ୍ଵାଇଟ୍ ହାଉସ୍

ମହଙ୍ଗା ପଡ଼ିଲା ଟ୍ରମ୍ପଙ୍କୁ ପ୍ରଶ୍ନ କରିବା । ସିଏନଏନ୍ ରିପୋର୍ଟର ଜିମ୍ ଆକୋଷ୍ଟାଙ୍କ ପାସ୍ ରଦ୍ଦ କରିଛି ହ୍ଵାଇଟ୍ ହାଉସ୍ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେ ହ୍ଵାଇଟ୍ ହାଉସ ଯାଇ ପାରିବେ ନାହିଁ । ମିଡ୍ଟର୍ମ ନିର୍ବାଚନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଡୋନାଲଡ୍ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ ସିଏନ୍ଏନ୍ର ହ୍ଵାଇଟ୍ ହାଉସ୍ ଚିଫ୍ କରେସ୍ପଣ୍ଡେଣ୍ଟ ଜିମ୍ ଆକୋଷ୍ଟା । ପ୍ରଶ୍ନବାଣର ସାମ୍ନା କରିବା ପରେ ଏଥିରେ ରାଗିଯାଇ ଆକୋଷ୍ଟାଙ୍କୁ ଟ୍ରମ୍ପ ଅପମାନିତ କରିବା ସହ ତାଙ୍କୁ ଜଣେ ଭୟଙ୍କର ଲୋକ ବୋଲି କହିଥିଲେ । ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଜିମ୍ ଆକୋଷ୍ଟା । ଏହି ଘଟଣା ପରେ ପରେ ଆକୋଷ୍ଟାଙ୍କ ପାସ ରଦ୍ଦ କରିଛି ଟ୍ରମ୍ପ ପ୍ରଶାସନ । ପାସ୍ ରଦ୍ଦ ସଂପର୍କିତ ହ୍ଵାଇଟ୍ ହାଉସ ପକ୍ଷରୁ ଘୋଷଣା ପରେ ସିଏନ୍ଏନ୍ କହିଛି, ଆକୋଷ୍ଟାଙ୍କୁ ପୂରା ନ୍ୟୁୟର୍କ ସମର୍ଥନ କରୁଛି । ପାସ୍ ରଦ୍ଦ କରିବା ହ୍ଵାଇଟ୍ ହାଉସ୍ର ଆକ୍ରୋଶମୂଳକ ପଦକ୍ଷେପ । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ସିଏନ୍ଏନ୍ କହିଛି ।