ଡେବ୍ୟୁ ସିରିୟଲରୁ ହିଟ ହେବା ପରେ ପରଦାରୁ ଗାୟବ ହେଲେ ଏହି କଳାକାର, ଜାଣନ୍ତୁ କାରଣ

ବଲିଉଡ଼ ଭଳି ଅନେକ ଟିଭି କଳାକାର ଏମିତି ଅଛନ୍ତି ଯେଉଁମାନେ ହିଟ ସୋ’ ଦର୍ଶକଙ୍କୁ ଭେଟି ଦେବା ପରେ ଉଭାନ ହୋଇଯାଇଛନ୍ତି । ପରଦା ଆଗରେ ସେମାନଙ୍କୁ ଦେଖିବାକୁ ମିଳିନି । କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାମ କମାଇବା କଷ୍ଟ ନୁହେଁ । ବରଂ ଟିଭି ଦୁନିଆରେ ମଧ୍ୟ ଦର୍ଶକଙ୍କ ମନ ଜିତିବା ବହୁତ କଷ୍ଟ ହୋଇଥାଏ । ସେମିତି କିଛି କଳାକାରଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁମାନେ ହିଟ ସୋ’ ଭେଟି ଦେବା ପରେ ମଧ୍ୟ ପରଦା ଆଗରୁ ଉଭାନ ହୋଇଯାଇଛନ୍ତି ।

ପ୍ରାଚୀ ଦିଶାଇ:

ପ୍ରଥମରୁ ପ୍ରାଚୀ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ବାନ୍ଧୀ ରଖୁଥିଲେ । ଏକତା କପୁରଙ୍କ ସିରିୟଲ ‘କସମ ସେ’ ରେ ରାମ କପୁରଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଏହାପେର ସେ ବଲିଉଡ଼ରେ ଏଣ୍ଟ୍ରି କଲେ । କିନ୍ତୁ ତା ପରେ ତାଙ୍କୁ ପରଦା ପଛରେ ଖୁବ କମ ଥର ଦେଖିବାକୁ ମିଳିଛି । ହିଟ ଫିଲ୍ମ ଦେବା ପରେ ମଧ୍ୟ ସେ ତାଙ୍କ କ୍ୟାରିଅରରେ ବେଶି ସଫଳତା ପାଇପାରି ନାହାନ୍ତି ।

ବରୁଣ ସୋବତୀ:

ବରୁଣଙ୍କ ହିଟ ସିରିୟଲ ‘ଇସ ପ୍ୟାର କୋ କ୍ୟା ନାମ ଦୁଁ ‘ରେ ବରୁଣ ସୋବତୀ ଅର୍ଣ୍ଣବ ସିଂ ରାଇଜାଦା ଭୂମିକାରେ ନଜର ଆସିଥିଲେ । ତାଙ୍କ ସହ ସ୍କ୍ରିନ ସେୟାର କରିଥିଲେ ସନାୟା ଇରାନୀ । ଦୁହିଁଙ୍କ ଯୋଜି ପରଦା ଉପରେ ବେଶ ହିଟ ହୋଇଥିଲା । ଏହାପରେ ଦର୍ଶକଙ୍କ ଆଗରେ ବରୁଣ ନିଜର ନୂଆ ମାଇଲ ଷ୍ଟୋନ ପକାଇଥିଲେ । କିନ୍ତୁ ଏହାପରେ ସେ ପରଦା ଉପରେ ବିଶେଷ ଭାବେ ନଜର ଆସିନଥିଲେ । ଫିଲ୍ମ କ୍ୟାରିଅର ମଧ୍ୟ ତାଙ୍କର ସକ୍ସେସ ନଥିଲା ।

3463
pc: free press journal

ଶ୍ରୁତି ସେଠ:

ସିରିୟଲ ଜଗତରେ ଶ୍ରୁତି ଜିୟା ଭୂମିକାରେ ଆସି ଲୋକଙ୍କ ମନ ଜିଣିଥିଲେ । କିନ୍ତୁ ପରେ ସେ ସୋ’ ହୋଷ୍ଟ କରିବାର ଦେଖିବାକୁ ମିଳିଥିଲା । ଶ୍ରୁତି ମଧ୍ୟ କ୍ୟାରିଅରରେ ବିଶେଷ ସଫଳତା ପାଇ ନାହାନ୍ତି ।

2356347
pc: daily pioneer

ରାଜୀବ ଖଣ୍ଡେଲୱାଲ:

‘କହିଁ ତୋ ହୋଗା’ ସିରିୟଲରେ ରାଜୀବ ଅନେକ ସଫଳତା ପାଇଥିଲେ । ଦର୍ଶକଙ୍କ ମନକୁ ଜିଣି ପାରି ପପୁଲାର ହୋଇଥିଲେ । ଏହାପରେ ରାଜୀବ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । କିନ୍ତୁ ନିଜ ଡେବ୍ୟୁ ଫିଲ୍ମରେ ଦର୍ଶକଙ୍କ ମନକୁ ଜିଣି ପାରିନଥିଲେ ।ଏହାପରେ ତାଙ୍କ କ୍ୟାରିଅରରେ ସେ ଏତେ ସଫଳତା ପାଇପାରିଲେ ନାହିଁ । ଏବେ ଟିଭି ଦୁନିଆକୁ ଫେରିବା ପରେ ମଧ୍ୟ ସମାନ ଅବସ୍ଥା ରହିଛି ।

ତେବେ ଏହି ଲିଷ୍ଟରେ ଦେବିନା ବାନାର୍ଜି, ଏଜାଜ ଖାନ, ଆମନା ଶରିଫ, କରଣ କୁନ୍ଦ୍ରା, ରିଦ୍ଦିମା ପଣ୍ଡିତ, ଟୀନା ଦତ୍ତା ମଧ୍ୟ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.