କଳିଯୁଗ ପରେ ଆସିବ ଏହି ଯୁଗ, ଏବେଠୁ ହୋଇଯାଆନ୍ତୁ ସତର୍କ

ପୂର୍ବରୁ ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗ ଥିଲା । ଅବଶ୍ୟ ସବୁ ଜିନିଷ ଆରମ୍ଭ ହୋଇଛି ମାନେ ଅନ୍ତ ମଧ୍ୟ ସୁନିଶ୍ଚିତ । ହିନ୍ଦୁ ଧର୍ମ ଗ୍ରନ୍ଥରେ ଚାରିଟି ଯୁଗ ସତ୍ୟଯୁଗ , ତ୍ରେତୟାଯୁଗ , ଦ୍ୱାପର ଯୁଗ ଓ କଳିଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଆମେ କଳିଯୁଗରେ ହିଁ ବଞ୍ଚିଛୁ । କଳିଯୁଗ ଏମିତି ଏକ ଯୁଗ ଯେଉଁଠି ମଣିଷ ମାନଙ୍କ ମନରେ ସବୁବେଳେ ଅସନ୍ତୋଷ । ସମସ୍ତେ ମାନସିକ ରୋଗରେ ଆକ୍ରାନ୍ତ ଭଳି ସ୍ଥିତି ରହୁଛି । ପୁଣି ଧର୍ମର କଥା ଯଦି କହିବା ତାହା ଯେମିତି କେଉଁଠି ଲୁଚି ଗଲା ଭଳି ଲାଗୁଛି । ଆପଣ ବର୍ତ୍ତମାନ ଦୁନିଆକୁ ଦେଖିଲେ ଜାଣି ପରୁଥିବେ ସବୁଠି କେବଳ କଷ୍ଟ, ଦୁଃଖ, ଈର୍ଷା, ଅହଂକାର, ପ୍ରତିଶୋଧ, ଲୋଭ ଓ ଆତଙ୍କ ହିଁ ଦେଖାଯାଉଛି । ପୁରାଣରେ କଳିଯୁଗକୁ ମଣିଷଙ୍କ ପାଇଁ ଅଭିଶାପ ବୋଲି ବର୍ଣ୍ଣନା କରାଯାଇଛି । ତେବେ  ଆପଣ କ’ଣ ଜାଣିଛନ୍ତି କଳି ଯୁଗର ଆରମ୍ଭ କେବେ ହେଲା, ଏହି ଅଭିଶପ୍ତ କଳିଯୁଗର ଅନ୍ତ ପୁଣି କେବେ । ଆଉ ଏହା ପରେ କେଉଁ ଯୁଗ ଆସିବ ?
ତେବେ ଆସନ୍ତୁ ଜାଣିବା କଳିଯୁଗ ପରେ କେଉଁ ଯୁଗ ଆସିବ ।

ବିଭିନ୍ନ ଧାର୍ମିକ ଗ୍ରନ୍ଥ ଅନୁସାରେ ଯୁଗ ପରିବର୍ତ୍ତନର ଏହା ୨୨ତମ ଚକ୍ର ଚାଲୁଅଛି । ଏମିତିକି ଗୀତାରେ ମଧ୍ୟ ଏହି ବିଷୟରେ ବର୍ଣ୍ଣନା କରାଯାଇଛି । ଗୀତା ଅନୁସାରେ ପରିବର୍ତ୍ତନ ହେଉଛି ଏହି ସୃଷ୍ଟିର ନିୟମ । ଯେମିତି ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ, ଦିନ ପରେ ରାତି ଆସିଥାଏ, ଋତୁର ପରିବର୍ତ୍ତନ ମଧ୍ୟ ପ୍ରକୃତିର ନିୟମ ଓ ସମୟ ଅନୁସାରେ ହୋଇଥା ଏ । ଠିକ ସେମିତି ଏକ ନିର୍ଦ୍ଧାରିତ ସମୟ ପରେ ଯୁଗର ବି ପରିବର୍ତ୍ତନ ଘଟିଥାଏ । ଠିକ ଯେମିତି ଆମେ ଭୋଗ କରୁଥିବା ଏହି କଳିଯୁଗ ମଧ୍ୟ ଦିନେନା ଦିନେ ଶେଷ ହେବ ।

kaliyuga
Picture Credit-Detechter

ଭଗବତ ଗୀତା ଅନୁସାରେ ଭଗବାନ ବିଷ୍ଣୁଙ୍କୁ ଜଣେ ଭକ୍ତ ପଚାରିଥିଲେ, ପ୍ରଭୁ ଏବେ ତ ଦ୍ୱାପର ଯୁଗ ଚାଲୁଛି ଓ କାଳଖଣ୍ଡ ଚକ୍ର ଅନୁଯାୟୀ ଏହା ପରେ କଳିଯୁଗ ଆସିବ । ତେବେ ମଣିଷ ସେହି ନୂଆ ଯୁଗକୁ ଚିହ୍ନିବ କେମିତି । ଭଗବାନ ବିଷ୍ଣୁଙ୍କର ଉତ୍ତର ଥିଲା ଯେତେବେଳେ ଦୁନିଆରେ ପାପ ବଢିବାରେ ଲାଗିବ ତେବେ ଜାଣି ନେବ ଯେ କଳିଯୁଗ ଆରମ୍ଭ ହୋଇଯାଇଛି । ସେତେବେଳେ ସବୁଘରେ କଳି ଝଗଡା ଲାଗି ରହିବ, ବାପା ଓ ପୁଅ ମଧ୍ୟରେ ଝଗଡା ହେବ, ନିଜ ପରିବାର ଲୋକଙ୍କୁ ନିଜେ ଲୋକେ ମାରିବାକୁ ଲାଗିବେ, ତେବେ ଜାଣିନେବ ଯେ କଳିଯୁଗ ଶେଷ ସୀମାରେ ।

ଏହାପରେ ଭଗବାନ ବିଷ୍ଣୁଙ୍କ କହିବା ଅନୁସାରେ ସେ ନିଜେ, ବ୍ରହ୍ମା ଓ ସ୍ୱୟଂ ଶିବ ମିଶି ଏକାଠି ହୋଇଯିବେ । ଏହାପରେ ଆମ ଉପରେ କଳିଯୁଗ ଭାରି ପଡିଲେ ଆମେ ତିନିଜଣ ମିଶି କଳିଯୁଗକୁ ଶେଷ କରିବୁ । ପୁଣି ଆରମ୍ଭ ହେବ ଏକ ନୂଆ ଯୁଗର, ଯେଉଁଠି ସବୁ କିଛି ପୁଣିଥରେ ସତ୍ୟ ହେବ ଓ ସମସ୍ତେ ଶାନ୍ତିରେ ରହିବେ ।
ତେବେ ହିନ୍ଦୁ ପୁରାଣ ଅନୁଯାୟୀ କଳିଯୁଗର ସମୟ ସୀମା ହେଉଛି ୪ ଲକ୍ଷ ୩୨ ହଜାର ବର୍ଷ । ଏବେ କଳି ଯୁଗର ପ୍ରଥମ ଚରଣ ହିଁ ଚାଲୁଛି । କୁହାଯାଏ କଳିଯୁଗର ଆରମ୍ଭ ୩ ହଜାର ୧୦୨ ଖ୍ରୀଷ୍ଟ ପୂର୍ବରୁ ହୋଇଥିଲା । ଯେତେବେଳେ ପାଞ୍ଚୋଟି ଗ୍ରହ ‘ମଙ୍ଗଳ, ବୁଧ , ଶୁକ୍ର, ବୃହଷ୍ପତି ଓ ଶନି ଗ୍ରହ ମେଶ ରାଶିରେ ଶୂନ ଡିଗ୍ରୀରେ ରହିଥିଲେ । ତେବେ ଏହାର ଅର୍ଥ ହେଉଛି କଳି ଯୁଗର ୫ ହଜାର ୧୨୧ ବର୍ଷ ବିତି ସାରିଛି । ଆହୁରି ୪ ଲକ୍ଷ , ୨୬ ହଜାର , ୮୮୦ ବର୍ଷ ବାକି ରହିଛି ।

Happy Kid
Picture Credit – Max Pixel

ଅବଶ୍ୟ କଳିଯୁଗର ଶେଷ କେବେ ହେବ ତାହା ମଧ୍ୟ ବ୍ରହ୍ମ ପୁରାଣରେ କୁହା ଯାଇଛି । କଳିଯୁଗ ଶେଷ ହେବା ସମୟରେ ମଣିଷର ଆୟୁଷ କମି କମି ମାତ୍ର ୧୨ ବର୍ଷ ହିଁ ହୋଇଯିବ । ତେବେ କଳି ଯୁଗ ଆଗକୁ ଯେତେ ଯେତେ ବଢିବ ନଦୀ ଶୁଖିବାରେ ଲାଗିବ, ଲୋକଙ୍କ ଭିତରେ ଗଣ୍ଡୋଗୋଳ, କଳି ଝଗଡା ବଢିବାରେ ଲାଗିବ, ଖାସ କରି ଅନ୍ୟାୟରେ ଟଙ୍କା ରୋଜଗାର କରୁଥିବା ଲୋକେ ଅଧିକ ବଢିବେ । ଲୋକଙ୍କୁ ଧନ ଲୋଭ ଏତେ ଘାରିବ ଯେ ମଣିଷ ମାରିବାକୁ ବି ପଛେଇବେନି । ମଣିଷ ଭଗବାନଙ୍କୁ ପୂଜା କରିବା ବନ୍ଦ କରିଦେବ ଆଉ କେବଳ ଲୋକ ଦେଖାଣିଆ ପୂଜାର୍ଚ୍ଚନା କରିବେ । ଏମିତି ସମୟ ଆସିବ କି ଗାଈ କ୍ଷୀର ଦେବା ବନ୍ଦ କରିଦେବ । ଖାଲି ଏତିକି ନୁହେଁ ମନୁଷ୍ୟତ୍ୱ ବା ମାନବିକତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବେ । ଝିଅମାନେ ମଧ୍ୟ ସୁରକ୍ଷିତ ରହିବେନି । ‘ଯୋର ଯାର ମୂଲକ ତାର’ ନ୍ୟାୟରେ ବାହୁବଳିଙ୍କର ହିଁ ରାଜ ଚାଲିବ । ତେବେ ଏପରି ପାପର ଯେତେବେଳେ ସୀମା ଟପିବ, ସେତେବେଳେ ବିଷ୍ଣୁ ଭଗବାନ ନେବେ କାଳ ଅବତାର । ଆଉ ପୃଥବୀର ସବୁ ଅଧର୍ମୀଙ୍କର ବିନାଶ କରିବେ ।

ତେବେ ଶ୍ରୀକୃଷ୍ଣ ମଧ୍ୟ କଳିଯୁଗ ବିଷୟରେ କହିଥିଲେ ଯେ ଏହି ଯୁଗ ଶେଷ ହେବା ସମୟରେ ଅନେକ ମହାମାରୀ, ଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ ଦୁନିଆରେ ଦେଖାଯିବ । କଳିଯୁଗର ଶେଷ ହେବା ପରେ ପୁଣି ଆସିବ ସତ୍ୟ ଯୁଗ । ତେବେ ଆସିବାକୁ ଥିବା ସତ୍ୟ ଯୁଗର ସମୟ ସୀମା ହେଉଛି ୧୭ ଲକ୍ଷ ୨୮ ହଜାର ବର୍ଷ । ଏହି ଯୁଗରେ ମଣିଷଙ୍କର ଆୟୁଷ ୪ ହଜାରରୁ ୧୦ ହଜାର ବର୍ଷ ହେବ। ପୃଥିବୀରେ ପୁଣି ଥରେ ସୃଷ୍ଟି ହେବ ଧର୍ମ, ନିଷ୍ଠା ଏବଂ ସତ୍ୟ । ମଣିଷମାନେ ଭୌତିକ ସୁଖ ଅପେକ୍ଷା ମାନସିକ ଶାନ୍ତି ପାଇଁ ଚେଷ୍ଟା କରିବେ । ଏବେ କିନ୍ତୁ ଏହି କଳିଯୁଗରେ ଭୌତିକ ସୁଖ ପାଇବା ପାଇଁ ସମସ୍ତେ ବ୍ୟଗ୍ର । ଯାହା ପ୍ରକୃତରେ ଦୁଃଖର କାରଣ ହୋଇଛି । ତେବେ ବେଳ ଥାଉ ଥାଉ ସାବଧାନ ହୁଅନ୍ତୁ । କାରଣ ସୁଖର ଅର୍ଥ କେବଳ ନିଜ ପାଇଁ ଧନସମ୍ପତ୍ତି ନୁହେଁ ଅନ୍ୟକୁ ବିପଦ ବେଳେ ସହାୟତା କରିବା । ଏଭଳି କର୍ମ ଦ୍ୱାରା ମନକୁ ଶାନ୍ତି ମିଳେ ଆଇ ମିଳିଥାଏ ଈଶ୍ୱରଙ୍କ ଆଶୀର୍ବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.