କାଲି ଖୋଲୁଛି ସ୍କୁଲ, ଏହି ସବୁ ଏସଓପି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲରେ ଏସଓପି ପାଳନ ନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ। ଏସଓପି କଡ଼ାକଡ଼ି ପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ସ୍କୁଲରେ ସାନିଟାଇଜର, ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ପିଇବା ପାଣିର ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସ୍କୁଲରେ ସ୍ୱତନ୍ତ୍ର ଆଇସୋଲେସନ ରୁମ୍‌ ରହିବ। ସାମାନ୍ୟ ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀଙ୍କୁ ସେହି ରୁମ୍‌ରେ ରହିବ। ସ୍କୁଲରେ କିପରି ବ୍ୟବସ୍ଥା ହୋଇଛି ତାର ତନଖି କରିବାକୁ ଡିଇଓ ଓ ବିଇଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

କାଲି ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗଣଶିକ୍ଷା ବିଭାଗ ଏସଓପି ଆଧାରରେ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ ରହିଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲରେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରେଣୀଗୃହ ଓ ସ୍କୁଲ ପରିସର ସାନିଟାଇଜ ହୋଇଛି। ସ୍କୁଲ ଖୋଲିବା ପରେ ପର୍ଯ୍ୟାୟ କ୍ରମେ ଜିଲ୍ଲା ନୋଡାଲ ଅଧିକାରୀ ସ୍କୁଲ ଗସ୍ତ କରିବେ। ସେହିପରି କୋଭିଡ ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.