ବଦଳିଲେ ବେଗୁନିଆ ତହସିଲଦାର,ଓଟିଭି ବିରୋଧରେ ଆସିଥିବା ଜମି ଜବରଦଖଲ ଅଭିଯୋଗରେ ମାପଚୁପ ଠିକ ଭାବରେ କରିନଥିବାର ହୋଇଥିଲା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ):  ବଦଳିଲେ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ା । ଓଟିଭି ବିରୋଧରେ ଖୋର୍ଦ୍ଧା ସାରୁଅରେ ଆସିଥିବା ଜମି ଜବରଦଖଲ ଅଭିଯୋଗରେ ମାପଚୁପ ଠିକ ଭାବରେ କରି ନଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ସାରୁଅ ଗାଁ ଲୋକ । ଓଟିଭି କର୍ତ୍ତୃପକ୍ଷଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କ ବଦଳି ନେଇ ଦାବି କରିଥିଲେ । ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ବଦଳି ପାଇଁ ସୁପାରିଶ କରିଥିଲେ । କଟକ ଉପଜିଲ୍ଲାପାଳ ଥିବା ଥ୍ଵୀରାଜ ମଣ୍ଡଳଙ୍କୁ ବେଗୁନିଆ ତହସିଲଦାର ଭାବରେ ବଦଳି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.