ହୋଲିରେ ଅଘଟଣ, ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ

ବଲାଙ୍ଗୀର ଜିଲ୍ଲାର କନପାଲି ପଡ଼ାର ରାହୁଲ ଭାଟି ନାମକ ଯୁବକ ଆଜି ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁର୍ଭାଗ୍ୟ ବଶତଃ ତାଙ୍କ ଗୋଡ ଖସିଯାଇଥିଲା ।

ବଲାଙ୍ଗିର(କେନ୍ୟୁଜ): ହୋଲିରେ ଅଘଟଣ । ଖେଳିସାରି ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର କନପାଲି ପଡ଼ାର ରାହୁଲ ଭାଟି ନାମକ ଯୁବକ ଆଜି ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁର୍ଭାଗ୍ୟ ବଶତଃ ତାଙ୍କ ଗୋଡ ଖସିଯାଇଥିଲା ।

ଯାହାଫଳରେ ରାହୁଲ ପୋଖରୀରେ ବୁଡି ଯାଇଥିଲେ ।ସ୍ଥାନୀୟ କିଛି ଲୋକ ରାହୁଲଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.