Below header

ଟ୍ରକରେ ବୁଲି ପୋଷାକ ବିକ୍ରି କରୁଛନ୍ତି ବଡ଼ ବଡ଼ ବ୍ରାଣ୍ଡ, ଲୋକେ କହିଲେ ୨୦୨୦ରେ ଆଉ କଣ ଦେଖିବାକୁ ବାକି ରହିଲା

ନିକଟରେ ଅମିତ ତ୍ରାଧାନୀ ନାମକ ଜଣେ ଟ୍ୱିଟର ୟୁଜର ଏକ ଏମିତି ଫଟୋ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫଟୋରେ ସେ କ୍ୟାପ୍ସନ ରେ ଲେଖିଛନ୍ତି “ଏବେ ଦୋକାନ ଆମ ସୋସାଇଟିକୁ ଆସୁଛି” । ପ୍ରକୃତରେ ଏହି ଫଟୋରେ ଏକ ପ୍ରସିଦ୍ଧ ବ୍ରାଣ୍ଡର ପୋଷାକ ଟ୍ରକରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।


ଏପରି ବ୍ରାଣ୍ଡ ଯାହା କେବେ ଟ୍ରକରେ ବିକ୍ରି କରାଯାଇନଥାଏ । ଏହିପରି ବ୍ରାଣ୍ଡ ଗୁଡିକ କେବଳ ବଡ ବଡ ସପିଙ୍ଗ ମଲରେ ହିଁ ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଫଟୋ ଦେଖିବା ପରେ ଜଣାପଡୁଛି ଯେ କରୋନା ପାଇଁ ବିଜନେସର ଅବସ୍ଥା କେତେ ତଳକୁ ଖସିଯାଇଛି । ତେବେ ଏହି ଫଟୋ ଦେଖି କିଛି ଲୋକଙ୍କୁ ସେହି ସମୟର କଥା ମାନେ ପଡିଯାଇଛି ଯେତେବେଳେ ସାଇକେଲ କିମ୍ବା ମାତ୍ର ସାଇକେଲରେ ଲୋକେ କପଡା ନେଇ ବୁଲି ବୁଲି ବିକ୍ରି କରୁଥିଲେ । ତେବେ କିଛି ଲୋକଙ୍କୁ ଏହି ଆଇଡ଼ିଆ ପସନ୍ଦ ମଧ୍ୟ ଆସିଛି ।


ଠିକ ସେହିପରି ଆଉ ଏକ ଘଟଣା କୋଚିରେ ଦେଖିବାକୁ ମିଳିଛି । ଯେଉଁଠି ପର୍ଯ୍ୟାପ୍ତ ଯାତ୍ରୀ ନମିଳିବା କାରଣରୁ ଜଣେ ଅଟୋ ଡ୍ରାଇଭର ଘର ଘର ବୁଲି ଅଟୋ ସାହାଯ୍ୟରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି ଯାହାଦ୍ୱାରା ସେ ତାଙ୍କର ଗୁଜୁରାଣ ମେଣ୍ଟାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.