ଓଡ଼ିଶା: ଛୋଟ ଜୀବନ୍ତ କୋବ୍ରା ସାପକୁ ଗିଳିଲା ବଡ଼ ବିଷଧର କୋବ୍ରା, ଭିଡିଓ ହେଉଛି ଭାଇରାଲ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ବାଳକାଟୀରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କନଷ୍ଟ୍ରସନ୍ କାମ ଚାଲିଥିôବା ସମୟରେ ୪ ଫୁଟ ଲମ୍ବା କୋବ୍ରା ସାପ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଏହା ଅନ୍ୟ ଏକ ୪ ଫୁଟର କୋବ୍ରାକୁ ଗିଳୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହା ଏବେ ରାଜ୍ୟ ଠୁ ଆରମ୍ଭ କରି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାକୁ ଦେଖିଲା ପରେ ସ୍ଥାନୀୟ ଲୋକମାନେ ଏହାର ଖବର ବନବିଭାଗକୁ ଦେଇଥିଲେ । ପରେ ସ୍ନେକ ହେଲ୍ପଲାଇନର ଅଧିକାରୀ ଶୁଭେନ୍ଦୁ ମଲିକ ଆସି ଏହି ସାପକୁ ଧରିଥିଲେ । ସୂଚନା ଅନୁଯାୟୀ କନଷ୍ଟ୍ରକସନ କାମ ଚାଲୁଥିବା ସମୟରେ ଏହି ସାପଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ୪ଫୁଟର କୋବ୍ରା ୨ ଫୁଟର କୋବ୍ରାକୁ ଗିଳୁଥିଲା ।

23535
PC: aajtak

ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଘଟଣା ବହୁ ବିରଳ । କାରଣ କୋବ୍ରା ବିଷଧର ସାପ ହୋଇଥିବା ବେଳେ ସେ ଅନ୍ୟ ଏକ ବିଷଧର ସାପକୁ ଗିଳିବା ବହୁ କଷ୍ଟକର ହୋଇଥାଏ । ଏହା ବିପଦ ମଧ୍ୟ ଆଣିପାରେ । ଏହାଦ୍ୱାରା ୨ଜଣଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ଏଭଳି ବିରଳ ଘଟଣା ପୋଷ୍ଟ ହେଲାପରେ ଏବେ ଖୁବ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.