ଅଧାରେ ରାସ୍ତା କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ, ମାଟି କାଦୁଅ ରାସ୍ତାରେ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ

ଅଧାରେ ବନ୍ଦ ହେଇଗଲା ରାସ୍ତା କାମ । କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ । ଭଲ ରାସ୍ତା ନଥିବାରୁ ବର୍ଷା କାରଣରୁ ହଇରାଣ ହେଉଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ କୁବେର ପଂଚାୟତର ଇଟାଗଡି ଗ୍ରାମ। ବାରମ୍ବାର ଗ୍ରାମବାସୀଙ୍କ ଦାବି ପରେ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଅଧାରୁ କାମ ଛାଡି ପଳାଇ ଯିବାରୁ ଏବେ ନାହିଁ ନ ଥିବା ସମସ୍ୟାରେ ପଡିଛନ୍ତି ଗ୍ରାମବାସୀ। ଏଠାରେ ଗାଁ କୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ ।

ଅଧାରେ ବନ୍ଦ ହେଇଗଲା ରାସ୍ତା କାମ । କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ । ଭଲ ରାସ୍ତା ନଥିବାରୁ ବର୍ଷା କାରଣରୁ ହଇରାଣ ହେଉଛନ୍ତି ଗ୍ରାମବାସୀ । ଆମେ ଯେଉଁ ଚିତ୍ର ଦେଖାଉଛୁ ତାହା ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ କୁବେର ପଂଚାୟତର ଇଟାଗଡି ଗ୍ରାମ। ବାରମ୍ବାର ଗ୍ରାମବାସୀଙ୍କ ଦାବି ପରେ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଅଧାରୁ କାମ ଛାଡି ପଳାଇ ଯିବାରୁ ଏବେ ନାହିଁ ନ ଥିବା ସମସ୍ୟାରେ ପଡିଛନ୍ତି ଗ୍ରାମବାସୀ। ଏଠାରେ ଗାଁ କୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ । ଲୋକ ଙ୍କ ସମସ୍ୟା କୁ ଦେଖି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର ରାସ୍ତା ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିଲା । ହେଲେ ସମୟ ସୀମା ମଧ୍ୟରେ କାମ ନସରିବାରୁ ନିୟୋଜିତ ଥିବା ଠିକା ସଂସ୍ଥା ଅଧାରୁ ପଳାଇ ଯାଇଛି । ଯାହାପାଇଁ ଲୋକ ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଏହି ଗ୍ରାମର ଲୋକ ମାନେ ମାଟି ରାସ୍ତାରେ ଯାତାୟାତ କରୁଥିଲେ। ଯାହାକି ବର୍ଷା ହେବା ପରେ ରାସ୍ତା ରେ ଯିବା ଅସମ୍ଭବ ହେଇଯାଉଥିଲା । ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଗତ ୨୦୨୧ ମସିହାରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ (୧) ପକ୍ଷରୁ ଇଟାଗଡି ଠାରୁ ଗୁଡ଼ୁପାଳ ଛକ ଭାୟା ଜୟପୁର ଏବଂ ଆରସା ଯାଏ ୬ କିମି ୩ ଶହ ମିଟର ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ୩ କୋଟି ୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର ରାସ୍ତା ନିର୍ମାଣ ପାଇଁ ସ୍ଥିର ହେଲା। ସେହି ଅନୁଯାଇ ଟେଣ୍ଡର ପକ୍ରିୟା ଶେଷ ପରେ ଜଣେ ଠିକା ସଂସ୍ଥା କୁ ଏହି ରାସ୍ତା ନିର୍ମାଣ ପାଇଁ ଗତ ୨୦୨୧ ମସିହା ଡିସେମ୍ବର ମାସ ରେ କାର୍ଯ୍ୟାଦେଶ ଦିଆ ଯାଇଥିଲା। ୨୦୨୨  ମସିହା ନଭେମ୍ବର ମାସ ସୁଦ୍ଧା ଏହି ରାସ୍ତା ନିର୍ମାଣ ସାରିବାକୁ ଚୁକ୍ତି କରାଯାଇଥିଲା। କିନ୍ତୁ ବଡ଼ ଦୁଃଖ ର କଥା ରାସ୍ତା ନିର୍ମାଣ ଦାଇତ୍ୱ ରେ ଥିବା ଠିକା ସଂସ୍ଥା ପ୍ରଥମେ ନିଜ ମନମାନୀ ଭାବେ ବିଳମ୍ଭ ରେ କାର୍ଯ୍ୟ ଆରମ୍ଭ କରି ଏବେ ଅଧା ଖଣ୍ଡିଆ କରି ପଳାଇ ଯାଇଛନ୍ତି ।ଏମିତି ରେ ବର୍ଷା ଦିନରେ ନାହିଁ ନ ଥିବା ସମସ୍ୟା ରେ ସମୁଖୀନ ହେଉଛନ୍ତି।

ବର୍ଷା ହେବାରୁ ରାସ୍ତାରେ କାଦୁଅ ରହିଛି। ଫଳରେ ଗାଡି ମଟର ଯିବା ଆସିବାରେ ସମସ୍ୟା ଦେଖାଯାଉଛି। ଏପରିକି ଗାଁ ଭିତରକୁ ଆପଦ ବିପଦ ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଟିଏ ଯାଇ ପାରୁ ନାହିଁ। ବିଭିନ୍ନ ସମୟ ରେ ଗର୍ଭବତୀ ମହିଳା ଓ ବୟସ୍କ ଲୋକ ଙ୍କୁ ଗ୍ରାମବାସୀ ମାନେ ବହୁ କଷ୍ଟରେ ମେଡିକାଲ କୁ ଆଣୁଛନ୍ତି। ଏ ବିଷୟ ରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ଜଣାଉ ଥିଲେ ମଧ୍ୟ ସେମାନେ ଏ ଦିଗରେ କିଛିବି ପଦକ୍ଷେପ ନେଉ ନ ଥିବାରୁ ବର୍ଷା ଦିନରେ ଅଧିକ ହଇରାଣ ହରକତ ହେଉଥିବା ଗ୍ରାମବାସୀ ମାନେ କହିଛନ୍ତି।

ଏମିତିରେ ପାଖ ଆଖ ୬,୭ ଟି ଗ୍ରାମର ଲୋକ ମାନେ ଯାତାୟାତ ରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ଖବର ଗ୍ରାମବାସୀଙ୍କ ଠାରୁ ପାଇଲା ପରେ ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୁରଜ ଗ୍ରାମକୁ ଯାଇ ଥିଲେ ଓ ବାସ୍ତବ ସମସ୍ୟା ଦେଖି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହି ଅଧାପନ୍ତରିଆ ରାସ୍ତାର ନିର୍ମାଣ କାର୍ଯ୍ୟ କିପରି ଶେଷ ହେବ ସେ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଙ୍କ ସହିତ ଫୋନ ରେ କଥା ହୋଇ ଥିଲେ। ପୁଣି ଥରେ ରି ଟେଣ୍ଡର କରି କାର୍ଯ୍ୟ କରାଯିବ ନ ହେଲେ ସେହି ଠିକା ସଂସ୍ଥା କୁ ନେଇ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟ ଯନ୍ତ୍ରୀ ବିଧାୟକଙ୍କୁ କହିଥିବା ଧାମନଗର ବିଧାୟକ କହିଛନ୍ତି।