୧୦ ବର୍ଷ ଧରି କନଷ୍ଟେବଳ ଥିବା ପୋଲିସ ଆଜି ହେଲେ ଦିଲ୍ଲୀ ପୋଲିସର ଏସିପି

ଆମେ ସମସ୍ତେ ଜାଣିଛନ୍ତି ଯେ ଫିଲ୍ମରେ ଦେଖାଯାଉଥିବା ଦୃଶ୍ୟ ବାସ୍ତବ ଜୀବନ ଠାରୁ ଅଲଗା, କିନ୍ତୁ ଅନେକ ଥର ଏମିତି ହୋଇଛି ଯେ ଫିଲ୍ମରେ ଦେଖାଯାଉଥିବା କିଛି କଥା ବାସ୍ତବରେ ବି ସତ ହୋଇଥାଏ। ଏଥର କିଛି ଏମିତି ହିଁ ହୋଇଛି। ଦିଲ୍ଲୀ ପୋଲିସରେ ୧୦ ବର୍ଷ ଧରି କନଷ୍ଟେବଲ ଭାବେ ନିୟୋଜିତ ଥିବା ଫିରୋଜ ଆଲମ ସିଭିଲ୍‌ ସେବା ପରୀକ୍ଷା ପାସ୍‌ କରି ଆଇପିଏସ୍‌ ହୋଇଛନ୍ତି ଆଉ ଏବେ ଦିଲ୍ଲୀ ପୋଲିସରେ ଏସିପି ଭାବରେ ନିଯୁକ୍ତ ହୋଇଛନ୍ତି। ତାହେଲେ ଆସନ୍ତୁ ଦର୍ଶକବନ୍ଧୁ ଜାଣିବା ଫିରୋଜଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ।

୧୦ ବର୍ଷ କନେଷ୍ଟବଳ ରହିଲେ ଆଉ ଏବେ ହେଲେ ଏସିପି। ଚାକିରି କରିବା ଭିତରେ ହିଁ ସେ ପାସ୍‌ କଲେ ୟୁପିଏସସି ପରୀକ୍ଷା। ବାଟ କଢ଼ାଇନେଲା ସ୍ୱପ୍ନ, କନଷ୍ଟେବଳରୁ ଏସିପି ପର୍ଯ୍ୟନ୍ତ ଯାତ୍ରାକୁ ସଫଳ କଲେ ଫିରୋଜ। ତାଙ୍କ ଜୀବନର ସଂଘର୍ଷମୟ କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ଏକ ଛୋଟ ପୋଷ୍ଟରେ କାମ କରୁଥିବା ଜଣେ ପୋଲିସ କର୍ମଚାରୀ ଆଜି ସେହି ବିଭାଗର ଏସିପି ଭାବେ ଯୋଗ୍ୟତା ହାସଲ କରିଛନ୍ତି।

୧୦ ବର୍ଷ ଧରି ବଡବାବୁଙ୍କୁ ସଲାମ ପକାଉଥିବା ମଣିଷକୁ ଏବେ ଅନ୍ୟ କର୍ମଚାରୀ ସାଲ୍ୟୁଟ କରିବେ। ଦିଲ୍ଲୀ ପୋଲିସର ଏସିପି ଫିରୋଜ ଆଲାମ୍‌ ଦିନ ଥିଲା କନଷ୍ଟେବଳ ଫିରୋଜ ଆଲାମ ନାମରେ ଜଣାଶୁଣା ଥିଲେ। ଦଶ ବର୍ଷର ଚାକିରିରେ କଠିନ ପରିଶ୍ରମ କରି ଆଜି ସେ ସଫଳତାର ସ୍ୱାଦ ଚାଖିଛନ୍ତି। ଗତବର୍ଷ ୟୁପିଏଚସି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ଫିରୋଜ। ଏହାସହ ତାଙ୍କର ପ୍ରିୟ ଦାନିକସ୍‌ କ୍ୟାଡରରେ ପ୍ରଶିକ୍ଷଣ ନେବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ନିଜେ ଦିଲ୍ଲୀ ପୋଲିସରେ ଏସିପି ଦାୟିତ୍ୱ ସମ୍ଭାଳିବେ। ଏବେ ସେ ଅତି ନିଷ୍ଠାର ସହ ତାଲିମ ଆରମ୍ଭ କରିଛନ୍ତି।

ଦିଲ୍ଲୀରେ ଥିବା ଏକ ପ୍ରଶିକ୍ଷଣ ଶିବିରର ସେ ଏପ୍ରିଲ ୧ ତାରିଖରେ ଟ୍ରେନିଙ୍ଗ୍‌ ଆରମ୍ଭ କରିଛନ୍ତି। ଆଉ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରଶୀକ୍ଷଣ ନେବେ ଫିରୋଜ। ଏହାପରେ ତାଙ୍କୁ ଫିଲ୍ଡ ଟ୍ରେନିଙ୍ଗ୍‌ ପାଇଁ ପଠାଯିବ। ଫିଲଡ୍‌ ଟ୍ରେନିଙ୍ଗ ଶେଷ କରିବା ପରେ ସେ ଏସିପି ଭାବେ ନିଯୁକ୍ତ ହେବେ।

ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାର ଫିରୋଜ ପୂର୍ବ ଦିଲ୍ଲୀର ପାଣ୍ଡବ ନଗର ପୋଲିସ ଷ୍ଟେସନରେ କନଷ୍ଟେବଳ ଭାବେ କାମ କରୁଛନ୍ତି। ୨୦୧୧ରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ ଫିରୋଜ। ସେତେବେଳେ ସେ ମାତ୍ର ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିଥିଲେ। କିନ୍ତୁ ସେ ଚାକିରି ଭିତରେ ହିଁ ସେ ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ୍‌ ପାସ୍‌ କଲେ। ଆଉ ତାପରେ ଚାକିରି ସହ ପାଠପଢ଼ାକୁ ଜାରି ରଖି ୟୁପିଏସସି କ୍ଲିୟର କଲେ। ତେବେ ୟୁପିଏସି କ୍ଲିୟର କରିବା ପରେ ଏତେ ଦିନ ପରେ ମୋ ସ୍ୱପ୍ନ ସାକାର ହେଲା ବୋଲି କହିଛନ୍ତି ଫିରୋଜ।

ତେବେ ଦେଖିଲେ ତ କେମିତି ଫିରୋଜ ନିଜ ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା ସଫଳତାର ପାଦ ଚୁମିଲେ। ୟୁପିଏସସି କ୍ଲିୟର କରିବାର ସ୍ୱପ୍ନ ଦେଖିଥିଲେ ସେ, ଯାହାକୁ ଆଜି ସେ ସାକାର କରିପାରିଛନ୍ତି। ତେଣୁ ନିରନ୍ତର ପ୍ରୟାସ କରିବା ବହୁତ ମୁସକିଲ ହୋଇଥିଲେ ବି ଏହା ନିଶ୍ଚୟ ପୂରା ହୋଇଥାଏ। ତେଣୁ ଆପଣ ଚେଷ୍ଟା ଜାରି ରଖନ୍ତୁ ଦେଖିବେ ଦିନେ ଆପଣଙ୍କ ସ୍ୱପ୍ନ ବି ସାକାର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.