ଧନତେରସରେ କିଣନ୍ତୁ ଏହି ଜିନିଷ, ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଧନରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସରେ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ। ତେବେ ଚଳିତ ବର୍ଷ ୨୩ ଅକ୍ଟୋବରରେ ଧନତେରସ ପାଳନ କରାଯିବ। ଏହା ଧନ ତ୍ରୟୋଦଶୀ ବା ଧନୱନନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ଜଣାଶୁଣା।

ପୌରାଣିକ ବିଶ୍ଵାସ ଅନୁଯାୟୀ, ଏହି ଦିନ ଭଗବାନ ସମୁଦ୍ର ମନ୍ଥନରୁ ପ୍ରଭୁ ଧନୱନନ୍ତରୀ ଅମୃତ କଳସ ସହିତ ଆବିର୍ଭାବ ହୋଇଥିଲେ। ସେଥିପାଇଁ ଧନତେରସ ଦିନ ଦେବୀ ଲକ୍ଷ୍ମୀ, କୋଷାଧ୍ୟକ୍ଷ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।

ଏହା ଏକ ଧାର୍ମିକ ବିଶ୍ୱାସ ଯେ ଧନତେରସ ଦିନ ଏମାନଙ୍କୁ ପୂଜା କରିବା ଦ୍ୱାରା ଘରେ କେବେ ମଧ୍ୟ ଧନର ଅଭାବ ରୁହେନି। କେବଳ ଧନିଆ ନୁହେଁ କୌଣସି ଜିନିଷର ଅଭାବ ରହେନି ଘରେ। ଧନତେରସ ଦିନ ନୂଆ ଜିନିଷ କିଣିବାର ଏକ ପରମ୍ପରା ମଧ୍ୟ ଅଛି। କୁହାଯାଏ ଯେ ଧନତେରସରେ ସୁନା, ରୂପା, ପୋଷାକ, ଯାନ, ବାସନ ଇତ୍ୟାଦି ନୂଆ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଦାୟକ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷ କିଣିବା ଅଧିକ ଶୁଭ।

ଧାତୁ:
ଦୀପାବଳିରେ ଧାତୁ କିଣିବା ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ସୁନା ଓ ରୂପା ଅଳଙ୍କାର କିଣାଯାଏ। ଇସ୍ପାତ, ତମ୍ବା ଏବଂ ପିତ୍ତଳ ବାସନ କିଣିଯାଇ ତାହାକୁ ପୂଜା କରାଯାଏ। କୁହାଯାଏ ଯେ ଏହି ଦିନ ଧାତୁକୁ ପୂଜା କରିବା ଦ୍ୱାରା ଘରେ ଧନ ଆସିଥାଏ। କୌଣସି ଅଭାବ ଦେଖାଯାଏ ନାହିଁ।

ଗାଡି ଓ ଜମି କିଣନ୍ତୁ:
ଯାନବାହାନ କିମ୍ବା ଜମି ସମ୍ପତ୍ତି ଯଦି ଆପଣ ଧନତେରସ ଦିନରେ କିଣନ୍ତି, ତେବେ ଆପଣ ବର୍ଷସାରା ଶୁଭ ଫଳାଫଳ ପାଇବେ। ତେଣୁ ଏହି ଦିନ ନୂଆ ଜିନିଷ କିଣିବାରେ ଅନେକ ବିଶେଷ ମହତ୍ତ୍ୱ ରହିଛି।

ଦୀପ :
ହିଁନ୍ଦୁ ଧର୍ମରେ ଦୀପାବଳୀ ଏବଂ ଧନତେରସ ଦିନ ଦ୍ଵୀପ ପ୍ରଜ୍ୱଳିତ କରିବା ଉଚିତ୍। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଧନତେରସ ଦିନ ଦୀପ କିଣିବାର ବିଶେଷ ମହତ୍ତ୍ଵ ରହିଛି। ବିଶ୍ୱାସ କରାଯାଏ ଯେ ଆଲୋକ ଏବଂ ସକାରାତ୍ମକତାର ପ୍ରତୀକ ହେଉଛି ଦ୍ଵୀପ। ତେବେ ଏହି ଦିନ ଦ୍ଵୀପ କିଣିଲେ ଜୀବନରେ ସୁଖ ଆସେ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।
ଝାଡୁ:

ଘର ସଫା କରିଥିବା ଝାଡୁ ମା’ ଲକ୍ଷ୍ମୀଙ୍କ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ଏଭଳି ପରିସ୍ଥିତିରେ, ଧନତେରସ ଦିନ ଗୋଟିଏ ଝାଡୁ କିଣିବା ଶୁଭ ବୋଲି କୁହାଯାଇଥାଏ। ସ୍ୱଚ୍ଛତା ବା ସଫା ସ୍ଥାନ ଲକ୍ଷ୍ମୀ ମା’ଙ୍କର ଖୁବ୍ ପସନ୍ଦ ସ୍ଥାନ। ସେ ମଇଳା ସ୍ଥାନରୁ ପଳାନ୍ତି, ତେଣୁ ଧନତେରସ ଦିନ ଝାଡୁ କିଣିବା ଦରକାର। କୁହାଯାଏ ଯେ ଏହି ଦିନ, ସିଲେଇ ହୋଇଥିବା ବା ବୁଣା ହୋଇଥିବା ହାତ ତିଆରି ଝାଡୁ କିଣିବା ଦ୍ଵାରା ଦାରିଦ୍ର୍ୟ ସବୁଦିନ ପାଇଁ ଦୂରେଇ ଯାଏ। ତେବେ ଆଗକୁ ଆସୁଛି ପବିତ୍ର ଧନତେରସ ଆପଣ ଏହି ସବୁ ଜିନିଷ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.