ନବରଙ୍ଗପୁର ଜିଲ୍ଲାରେ ପ୍ରଥମ: ଚାଷ ଜମିରେ ଡ୍ରୋନ୍ ସାହାଯ୍ଯରେ ଚାଲିଛି କୀଟନାଶକ ସିଞ୍ଚନ
ଚାଷ ଜମିରେ ଡ୍ରୋନ୍ ସାହାଯ୍ଯରେ ଚାଲିଛି କୀଟନାଶକ ସିଞ୍ଚନ। ଉମରକୋଟ ବ୍ଲକ ଲିମାଗୁଡ଼ା ଗ୍ରାମରେ ଏହା ପରୀକ୍ଷା ମୂଳକ ଭାବରେ ଉଡ଼ା ଯାଇଛି । ଏହି ଡ୍ରୋନ୍ ଏକ ଏକର ଜମିକୁ ମାତ୍ର ୧୨ ମିନିଟ୍ରେ ସିଞ୍ଚନ କରିପାରୁଛି ।

ଉମରକୋଟ(କେନ୍ୟୁଜ୍): ଏବେ କୃଷକମାନେ ବିଭିନ୍ନ ଉନ୍ନତ ଉପାୟରେ ଚାଷ କରୁଛନ୍ତି। ରାଜ୍ଯ ତଥା କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ ବି କରୁଛନ୍ତି। ଯେଉଁଥିପାଇଁ ଧୀରେ ଧୀରେ ବଦଳିବାରେ ଲାଗିଛି ଚାଷ କରିବା ପ୍ରଣାଳି। ଯୁଗ ସହିତ ତାଳ ଦେଇ ଚାଷୀ ପରିବର୍ତ୍ତନ କରୁଛି ଚାଷ କରିବା ପ୍ରକ୍ରିୟା । ଚାଷ ପାଇଁ ମଣିଷ ଉପରେ ଅଧିକ ର୍ନିଭର ନକରି ଭରସା କରୁଛି ଆଧୁନିକ ଯନ୍ତ୍ରପାତି ଉପରେ । ଏମିତି ଏକ ଯନ୍ତ୍ର ହେଲା ଡ୍ରୋନ୍।
ଏହି ଡ୍ରୋନ୍ ସାହାଯ୍ଯ ରେ କରାଯାଉଛି ଔଷଧ ଓ କୀଟନାଶକ ସିଞ୍ଚନ । ନବରଙ୍ଗପୁର ଜିଲ୍ଲା ରେ ଏହା ପ୍ରଥମ କରି ଦେଖିବାକୁ ମିଳିଛି। ଉମରକୋଟର ଏକ ଘରୋଇ ସଂସ୍ଥା ପେଣ୍ଡରାଣୀ କୃଷକ ପ୍ରଦ୍ୟୁସ୍ କମ୍ପାନୀ ଏହି ଡ୍ରୋନ୍ କୁ କିପରି ବ୍ଯବହାର କରାଯାଏ ତାର ଡେମୋ ଦେଖେଇଛି । ଉମରକୋଟ ବ୍ଲକ ଲିମାଗୁଡ଼ା ଗ୍ରାମରେ ଏହା ପରୀକ୍ଷା ମୂଳକ ଭାବରେ ଉଡ଼ା ଯାଇଛି । ଏହି ଡ୍ରୋନ୍ ଏକ ଏକର ଜମି କୁ ମାତ୍ର ୧୨ ମିନିଟ୍ ରେ ସିଞ୍ଚନ କରିପାରୁଛି ।
ଏଥିରେ ପାଣି କମ୍ ଖର୍ଚ୍ଚ ହେବ ସହ ଚାଷୀ ର ଶ୍ରମିକ ବାବଦ କୁ ଲାଗୁଥିବା ଖର୍ଚ୍ଚ ବି ଲାଗିବ ନାହିଁ । ଏହା ଧାନ, ମକା ସହ ପନିପରିବା ଚାଷ ରେ ବ୍ଯବହାର ହୋଇପାରିବ। ଏହି ଡ୍ରନ ୫ ରୁ ୧୫ ଲିଟର କ୍ଷମତା ବିଶିଷ୍ଟ ରହିଛି । ଏହି ଡ୍ରୋନ୍ କିଣିବା ପାଇଁ ୪୦ ରୁ ୫୦ ପ୍ରତିଶତ ଛାଡ ମିଳିବ ବୋଲି ପ୍ରକାଶ କରିଛନ୍ତି ପେଣ୍ଡ ରାଣୀ କୃଷକ ପ୍ରଡ୍ଯୁସ୍ କମ୍ପାନୀ CEO। ଅନ୍ଯ ପକ୍ଷରେ ଏହି ଡ୍ରୋନ୍ ବ୍ଯବହାର କଲେ ଚାଷୀ କମ୍ ସମୟ ରେ ଅଧିକ ଜମି ରେ ସିଞ୍ଚନ କରିବା ସହ ପାଣି ଅଧିକ ଆବଶ୍ଯକ ହେବ ନାହିଁ ଓ ଶ୍ରମିକ ଖର୍ଚ୍ଚ ବଳକା ହେବ ବୋଲି ସେ କହିଛନ୍ତି ।
ଦେଶର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଉପାୟରେ କୀଟନାଶକ ସ୍ପ୍ରେ କରାଯାଉଛି। ଏହା ଯୋଗୁ ଅଧିକ ଖର୍ଚ ଓ ସମୟ ଅତିବାହିତ ହେଉଛି। ଏହା ବ୍ୟତୀତ କୃଷକମାନେ କୀଟନାଶକ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା କାରଣରୁ, ଚର୍ମ ସମ୍ବନ୍ଧୀୟ ରୋଗ ହେବାର ମଧ୍ଯ ଆଶଙ୍କା ଦେଖାଦେଉଛି ।
କିନ୍ତୁ ଡ୍ରୋନ୍ ବ୍ୟବହାର ପରେ ଏହା ଘଟିବ ନାହିଁ । ଚାଷ କ୍ଷେତ୍ରରେ ଡ୍ରୋନ୍ ହେଉଛି ଏପରି ଏକ ପ୍ରଯୁକ୍ତିବିଦ୍ୟା, ଯାହାକି ବହୁ ପରିମାଣରେ ଚାଷ ପ୍ରଣାଳୀକୁ ବଦଳାଇ ଦେବାରେ ସହାୟକ ହେଉଛି । ଡ୍ରୋନ୍ ବ୍ୟବହାର ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହିତ ସମୟ ମଧ୍ୟ ବଞ୍ଚୁଛି। ବର୍ତ୍ତମାନ ବୈଜ୍ଞାନିକମାନେ ମଧ୍ଯ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଉଚ୍ଚମାନର ଡ୍ରୋନ୍ ବିକଶିତ କରିଛନ୍ତି।