ଭାଇରାଲ ହେଉଛି ମୁଣ୍ଡବିହୀନ କୁକୁର; ଦେଖି ଡରି ଯାଉଛନ୍ତି ଲୋକେ!

ଇଣ୍ଟରନେଟ୍‌ରେ ମୁଣ୍ଡବିହୀନ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିନ୍ତୁ ବାସ୍ତବରେ ଏହି ଫଟୋ ସେଭଳି କିଛି ନୁହେଁ। ଆପଣ ଭଲ ଭାବରେ ଦେଖିଲେ ଏହାର ସତ୍ୟତା ଜାଣିପାରିବେ।

ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଜମାନାରେ ଆମକୁ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ। ସେ ଭିଡିଓ ହେଉ କି ଫଟୋ କିମ୍ବା କୌଣସି ପ୍ରକାରର ଖବର। କିନ୍ତୁ ବେଳେବେଳେ ଏମିତି କିଛି ଜିନିଷ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିଲେ ଲୋକେ କିଛି ଭାବିବାକୁ ବାଧ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଫଟୋ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ ଏକଦମ୍‌ ଆଶ୍ଚର୍ଯ୍ୟ କରିଦେବ।

ଏବେ ଇଣ୍ଟରନେଟ୍‌ରେ କୁକୁର ସହ ଜଡ଼ିତ ଏକ ଅପ୍ଟିକାଲ ଇଲ୍ୟୁଜନ ଭାଇରାଲ ହେଉଛି, ଯେଉଁଥିରେ ଆପଣ ମୁଣ୍ଡ ବିହୀନ ଏକ କୁକୁରର ଫଟୋ ଦେଖିବାକୁ ପାଇପାରିବେ। କିନ୍ତୁ ଏହି ଫଟୋରେ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇଲା ଭଳି ସମସ୍ତ ଜିନିଷ ରହିଛି। ପ୍ରଥମ ନଜରରେ ଆପଣ ଦେଖିବେ ଯେ ମୁଣ୍ଡ ବିହୀନ ଏକ କୁକୁର ବସି ରହିଛି। ମୁଣ୍ଡ ଜାଗାରେ ସିଲେଇ ହୋଇଥିବାର ଦେଖି ଆପଣଙ୍କୁ ନିଶ୍ଚୟ ଦୁଃଖ ଲାଗିପାରେ। ଯେପରି ଲାଗିବ, କୁକୁରର ମୁଣ୍ଡ କାଟି କିଏ ଅଲଗା କରି ଦେଇଛି।

dog2
photo: presswire18

କିନ୍ତୁ ଏଠି ଆପଣ ଏତେ ସବୁ ଭାବି ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। କାରଣ, ଏହି ଫଟୋର ରହସ୍ୟ ଏହାର ପଛପାର୍ଶ୍ୱରେ ରହିଛି, ଯାହାକୁ ଆପଣ ଟିକିଏ ଧ୍ୟାନର ସହ ଦେଖିଲେ ବୁଝିପାରିବେ। ବାସ୍ତବରେ, ଏହି ଫଟୋରେ ଏକ ପପି ବସିଛି, ଯାହାର ଆଗ ଗୋଡ଼କୁ ସର୍ଜରୀ ସମୟରେ କାଟି ଅଲଗା କରାଯାଇଛି।

ଯେତେବେଳେ କୁକୁରର ମାଲିକ ଏହାର ଫଟୋ ଉଠାଇବାକୁ ଚାହିଁଲେ, ତ ଏହା ଅନ୍ୟ ପାର୍ଶ୍ୱକୁ ମୁହଁ କରି ନିଜ ପିଠି କୁଣ୍ଡାଇବା ଆରମ୍ଭ କରିଦେଇଥିଲା, ଯାହାର ଫଳାଫଳ ଏହି ଫଟୋ ରୂପେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ କୌଣସି ୟୁଜର ଡାଏଗ୍ରାମ ଜରିଆରେ ଆଙ୍ଗଲକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.