ରେଗିସ୍ତାନରୁ ଆରମ୍ଭ କରି ବରଫ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଳନ ହେଉଛି ‘ଅନ୍ତ-ରାଷ୍ଟ୍ରୀୟ ଯୋଗ ଦିବସ’

୨୧ ଜୁନ ଅର୍ଥାତ ଆଜି ସାରା ଦୁନିଆରେ ”ଅନ୍ତ-ରାଷ୍ଟ୍ରୀୟ ଯୋଗ ଦିବସ” ପାଳନ କରାଯାଉଛି । ଏଥର ଅନ୍ତ ରାଷ୍ଟ୍ରୀୟ ଯୋଗ ଦିବସର ଥିମ କରୋନା ସମ୍ପର୍କିତ ରହିଛି । କରୋନାରୁ ସୁରକ୍ଷିତ ରହିବା ପାଇଁ ଏହି ଥିମ ରଖାଯାଇଛି । ତେଣୁ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଯୋଗ ଫଟୋ ସେୟାର ହୋଇଛି । ଏଭଳି ସମୟରେ ରେଗିସ୍ତାନ ତଥା ବରଫ ଅଞ୍ଚଳରେ ଥିବା ଭାରତୀୟ ସେନାଙ୍କ ଯୋଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ସେନାଙ୍କୁ ସାଲ୍ୟୁଟ କରିଛନ୍ତି ।

ଲଦାଖରେ ୧୮ ହଜାର ଫୁଟର ଉଚ୍ଚତାରେ ଜିରୋ ଡିଗ୍ରୀରୁ କମ ଥିବା ତାପମାତ୍ରାରେ ଭାରତ ଓ ତିବ୍ଦତ ସୀମାରେ ଥିବା ପୋଲିସ ଅଧିକାରୀ ମାନେ ଯୋଗ କରିଛନ୍ତି । ଯାହାର ଭିଡିଓ ଖୁବ ଭାଇରାଲ ହେଉଛି । ଦେଖନ୍ତୁ ଏହି ଭିଡିଓ..

ଏହାସହ ଅନ୍ୟପକ୍ଷରେ ରାଜସ୍ଥାନର ଜୟସାଲମେରରେ ଭାରତ-ପାକ ସୀମାରେ ନିୟୋଜିତ ଥିବା ବିଏସଏଫ ଯବାନ ଯୋଗ କରୁଥିବାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ସହି ଭିଡିଓ..

ଆଜି ଭଳି ଦିନରେ ସାରା ଦୁନିଆ ଯୋଗ ଦିବସ ପାଳନ କରୁଥିବା ସମୟରେ ଭାରତୀୟ ଯବାନଙ୍କ ଏହି ଯୋଗ ଭିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.