ଏହି ଗଜରାକୁ ଦେଖି ଆପଣ ବି ଖାଇଯିବେ ଧୋକା, ଜାଣନ୍ତୁ କାହିଁକି

ସାଧାରଣତଃ ଆମେ ଟିସ୍ୟୁ ପେପରକୁ ବ୍ୟବହାର କରିବା ପରେ ଡଷ୍ଟବିନରେ ଫିଙ୍ଗି ଦେଇଥାଉ । ଥରେ ବ୍ୟବହାର କରିବା ପରେ ଆଉ ଏହା ଆମ କାମରେ ଆସିନଥାଏ । କିନ୍ତୁ କେବେ ଭାବିଛନ୍ତି ଏହି ଅତି ସାଧାରଣ ଟିସ୍ୟୁ ପେପରରେ ଖୁବ ସୁନ୍ଦର ସୁନ୍ଦର କଳାକୃତି ମାନ କରାଯାଇ ପାରିବ । ଏମିତିକି କେଶର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଅତି ନିଖୁଣ ଗଜରା ବି ପ୍ରସ୍ତୁତ କରାଯାଇ ପାରିବ । ହଁ ଏମିତି ହିଁ ଏକ ଅଜବ କଳାକୃତି କରି ଦେଖାଇଛନ୍ତି ଜଣେ ମହିଳା । ଝିଅ ପାଇଁ ଟିସ୍ୟୁରେ ତିଆରି କରିଛନ୍ତି ଗଜରା । ଯାହାକୁ ଦେଖି ନିଶ୍ଚିନ୍ତ ରୂପେ ଜଣେ ଦ୍ବନ୍ଦରେ ପଡିଯିବ ଏହା ଅସଲି ନାଁ ନକଲି । ପ୍ରକୃତରେ ଏହାର ଫଟୋ ପ୍ରଥମେ ମହିଳାଙ୍କ ଝିଅ ଟ୍ୱିଟରରେ ସେୟାର କରିଥିଲେ । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି କି, ଅନେକ ଘଣ୍ଟା ପରିଶ୍ରମ କରି ମୋ’ ମା ଏହି ଅଦ୍ଭୁତ କଳାକୃତି କରିବାରେ ସଫଳ ହୋଇଛନ୍ତି ।

ପ୍ରକୃତରେ ଏହି ଫଟୋ ଟିକୁ ଟ୍ୱିଟର ୟୁଜର @surekhapillai ଫେବୃଆରୀ ୨୨ ତାରିଖରେ ସେୟାର କରିଥିଲେ । ଆଉ ଉପରେ ଉପରୋକ୍ତ କ୍ୟାପ୍ସନ ଟିକୁ ଲେଖିଥିଲେ । ଏହି ଫଟୋଟି ପୋଷ୍ଟ ହେବା ପରେ ଏହାକୁ ୧.୫ ଲାଇକ୍ସ ମିଳିଥିବା ବେଳେ ୪୦ ରୁ ଅଧିକ ଥର ରି ଟ୍ୱିଟ କରାଯାଇ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.