ଆମେରିକାର VIP ଚାକିରି ଛାଡି ଯୁବକ ଏବେ ପାଳୁଛନ୍ତି ଗାଇଗୋରୁ

ଆମେରିକାରେ VIP ଚାକିରି ଛାଡି ଉତ୍ତରପ୍ରଦେଶରେ ପାଳୁଛନ୍ତି ଗାଇଗୋରୁ । ସାହାଯାହାନପୁରର ଶରଦ ଗଙ୍ଗୱାରଙ୍କୁ ଦେଖିଲେ ଆପଣଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ଭାବେ ବଦଳିଯିବ। ସେ ଏପରି ଜଣେ ବ୍ୟକ୍ତି ଯିଏ ଆଚ୍ଛାଖାସା ଦରମା ଥିବା ରୋଜଗାର ଛାଡି ଏବେ ଗୋରୁ ସେବା ଆପଣାଇଛନ୍ତି। ଆପଣ ନିଶ୍ଚିତ ଭାବେ ଶରଦଙ୍କୁ ଭକୁଆ ଭାବୁଥିବେ । ହେଲେ ତାଙ୍କ ରୋଜଗାର ଦେଖିଲେ ଆପଣ ବି ଆଶ୍ଚର‌୍ୟ୍ୟ ହୋଇଯିବେ ।

cow

 

ବର୍ତ୍ତମାନ ଆମେ ପାଶ୍ଚାତ ସଭ୍ୟତାରେ ବଞ୍ଚୁଛନ୍ତି। ଇଂଗ୍ରେଜମାନଙ୍କୁ ଅନୁକରଣ କରି ଠିକ୍ ତାଙ୍କ ଭଳି ହେବାକୁ ଚେଷ୍ଟା କରୁଛନ୍ତି ବର୍ତ୍ତମାନର ମଣିଷ। ଦେଖିବାକୁ ଗଲେ ତାଙ୍କ ଚାକଚକ୍ୟତା ଭିତରେ ଆମେ ଯେପରି ହଜି ହିଁ ଯାଇଛେ । ହାତରେ ୪ଟା ଡିଗ୍ରୀ ଧରି ଆମ ଯୁବପୀଢି ଘରେ ଏବେ ଗାଇ ବଦଳରେ କୁକୁର ପାଳୁଛନ୍ତି । ଏହା ହେଉଛି ଆମର ଆଜିର ସମାଜର ବାସ୍ତବତା । କିନ୍ତୁ ଉତ୍ତରପ୍ରଦେଶ ସାହାଯାହାନପୁରର ଶରଦ ଗଙ୍ଗୱାରଙ୍କୁ ଦେଖିଲେ ଆପଣଙ୍କ ଚିନ୍ତାଧାରା ବଦଳିଯିବ । ଆଜ୍ଞା ହଁ, ଶରଦ ସେହି ବ୍ୟକ୍ତି ଯିଏ ଆମେରିକା ଭଳି ହାଇଫାଇ ଦେଶରେ ଠଓଚ ଚାକିରି ଛାଡି ନିଜ ଗାଁକୁ ଫେରି ଆସିଛନ୍ତି ଗୋରୁ ଗାଇ ସମ୍ଭାଳୁଛନ୍ତି । ଆଉ ଗାଇ ରଖି ସେମାନଙ୍କର ସେବା କରୁଛନ୍ତି।

ସାହାଯାହାନପୁରର ରାମପୁର ଗାଁରେ ରହନ୍ତି ଶରଦ। ୨୦୦୯ରେ ଆମେରିକାରେ, ଆମେରିକା ରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ କମ୍ପାନୀରେ ତାଙ୍କୁ ଚାକିରି ମିଳିଯାଇଥିଲା । ତାଙ୍କର ରହିଥିଲା ମୋଟା ଦରମା । ସେଠାରେ ୫ ବର୍ଷ ଚାକିରି କରିଥିନଲେ ଶରଦ। ଚାକିରି କରିବା ବେଳେ ସେ ଅନୁଭବ କରିଥିଲେ, ବାହାର ଦେଶରେ ଚାକିରି କରିବା ଦ୍ୱାରା ଏଥିରେ କେବଳ ସେମାନଙ୍କର ହିଁ ଫାଇଦା ହେଉଛି । ଆମ ଦେଶର କୌଣସି ଉନ୍ନତି ହେଉନାହିଁ । ଏହାପରେ ଶରଦଙ୍କ ଜନ୍ମ ମାଟି ଶରଦଙ୍କୁ ଟାଣି ଆଣେ ତାଙ୍କ ନିଜ ଦେଶକୁ । ୨୦୧୪ରେ ଶରଦ ଆମେରିକାରେ ଚାକିରି ଛାଡି ସବୁଦିନ ପାଇଁ ଚାଲିଆସନ୍ତି ଭାରତ, ନିଜ ଗାଁ ରାମପୁରକୁ ।

cow 2

୨୦୧୫ରେ ଶରଦ ପ୍ରଥମେ ୪ଟି ଗାଇ କିଣିଲେ । ତାକୁ ଆଣି ପାଳନ କଲେ । ଆଜି ତାଙ୍କ ପାଖରେ ପାଖାପାଖି ୮୦ ଗାଇ ଅଛନ୍ତି । ଏହି ଗାଇମାନେ ଆଜି ଶରଦଙ୍କର ସବୁଠାରୁ ବଡ ରୋଜଗାର ମାଧ୍ୟମ । ଗାଇମାନଙ୍କ ଠାରୁ ପ୍ରତିଦିନ ୨୦୦ ଲିଟର କ୍ଷୀର ବାହାରେ । ଯାହାକୁ ବିକ୍ରି କରି ଏବେ ଆଚ୍ଛାଖାସା ରୋଜଗାର କରୁଛନ୍ତି ଶରଦ । ଆଉ ନିଜ ଜିଲ୍ଲାରେ ସେ ସବୁଠାରୁ ବଡ କ୍ଷୀର ଉତ୍ପାଦକ ଭାବେ ପରିଚିତ ହୋଇଛନ୍ତି ।

ଶରଦଙ୍କ ଜୀବନ ଏବେ ଏହି ଗାଇମାନଙ୍କ ସହ ଗୋଶାଳାରେ ବିତୁଛି । ଏଥିରେ ତାଙ୍କର ପୁରା ସାଥ ଦିଅନ୍ତି ତାଙ୍କ ସ୍ତ୍ରୀ । ଶରଦଙ୍କ ଏହି ଗୋଶାଳାରୁ ୮ ଜଣରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଛି । ଶରଦଙ୍କ ମନରେ ଗୋପାଳନ ପ୍ରତି ଥିବା ଆଗ୍ରହ ଦେଖିବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତାଙ୍କ ଗୋଶାଳାକୁ ଆସିଥାନ୍ତି ।

cow shed

ଟଙ୍କା ରୋଜଗାର କରିବା ପାଇଁ ଆଜି ଅନେକ ଭାରତୀୟ ବିଦେଶର ନାଗରିକତା ପ୍ରାପ୍ତ କରିସାରିଲେଣି । ସେମାନେ ନିଜ ଦେଶକୁ ଭୁଲି ବି ସାରିଲେଣି । କିନ୍ତୁ ବିଦେଶର ପ୍ରଚୁର ଅର୍ଥ ଓ ଚାକଚକ୍ୟ ଛାଡି ଆମେରିକାରୁ ଫେରିଥିବା ଶରଦ ଗୋପାଳନ କରି ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.