କରୋନାରୁ ରକ୍ଷା ପାଇଁ ଗାମୁଛାରେ ମାସ୍କ ବନାଇ ପିନ୍ଧିଲା ମାଙ୍କଡ଼, ଦେଖନ୍ତୁ ଭିଡିଓ

କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବାକୁ ଡାକ୍ତର ଓ ସରକାର ପରାମର୍ଶ ଦେଉଛନ୍ତି। ମାତ୍ର ଏବେ ବି କିଛି ଲୋକ ମାସ୍କର ମହତ୍ତ୍ୱକୁ ବୁଝିପାରୁନାହାନ୍ତି। କିନ୍ତୁ ଏବେ ଜୀବଜନ୍ତୁମାନେ ମଧ୍ୟ ମାସ୍କର ଆବଶ୍ୟକତା ବୁଝିସାରିଲେଣି। ଏ କଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ମାଙ୍କଡ଼ କହୁଛି। ଭିଡିଓରେ ଏକ ମାଙ୍କଡ଼ ରାସ୍ତାରୁ ଗାମୁଛା ଉଠାଇ ତାହାକୁ ମୁହଁରେ ମାସ୍କ ଭଳି ବାନ୍ଧୁଛି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ‘ଏହାକୁ ଦେଖିବା ପରେ ହେଡ ସ୍କାର୍ଫକୁ ମାସ୍କ ଭାବେ ବ୍ୟବହାର କରାଇପାରିବ ବୋଲି ଶିଖିବାକୁ ମିଳିଲା’।

ଭିଡିଓରେ ଏକ ମାଙ୍କଡ଼ ରାସ୍ତାରୁ ଏକ ଗାମୁଛା ଉଠାଉଛି ଓ ତାହାକୁ ମୁହଁ ଓ ନାକରେ ବାନ୍ଧି ଦେଉଛି। ମାଙ୍କଡ଼ର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ସେୟାର ହେଉଛି। ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। କିଛି ଲୋକ ମାଙ୍କଡ଼କୁ ମଜାଳିଆ କହୁଥିବା ବେଳେ ଆଉ କିଛି ବୁଦ୍ଧିମାନ ବୋଲି କହିଛନ୍ତି।

ଦେଖନ୍ତୁ କିଛି ଲୋକଙ୍କ ରିଆକ୍ସନ୍‌…

You might also like