ଆଇଡି ଫ୍ରେସ ଫୁଡର ମାଲିକ ମୁସ୍ତଫା ପିସିଙ୍କ କମ୍ପାନୀର ଦାମ ୨ହଜାର କୋଟି

ଆଇଡି ଫ୍ରେସ ଫୁଡର ମାଲିକ ମୁସ୍ତଫା ପିସି ଏବେ ସସସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ପହଞ୍ଚିଛନ୍ତି ସଫଳତାର ଶୀର୍ଷରେ। ଗରିବ ପରିବାରରୁ ଆସିଥିବା ମୁସ୍ତଫାଙ୍କ ସଫଳତାର କାହାଣୀ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ମୁସ୍ତଫା ଏବେ ବ୍ରାଣ୍ଡ ଫୁଡ଼ କମ୍ପାନୀର ମାଲିକ।

ମୁସ୍ତଫା ପିସି କେରଳରେ ଜନ୍ମ ଗ୍ରହଣ କରିଥିଲେ। । ଗରିବ ପରିବାରରେ ଜନ୍ମ ହୋଇଥିବା ମୁସ୍ତଫାଙ୍କ ବାପା ଚାଷ କାମ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ମୁସ୍ତଫା ପାଠ ପଢ଼ା ଛାଡ଼ିଦେଇଥିଲେ। ପରେ ଶିକ୍ଷକଙ୍କ କହିବା ଅନୁଯାୟୀ ତାଙ୍କୁ ପୁଣିଥରେ ସ୍କୁଲରେ ଆଡ଼ମିସନ କରଯାଇଥିଲା। ତାଙ୍କ ପାଠପଢ଼ାର ସମସ୍ତ ଖର୍ଚ୍ଚ ଶିକ୍ଷକମାନେ କରିଥିଲେ । ବଡ଼ ହୋଇ ପ୍ରଥମ ଚାକିରୀରେ ସେ ୧୪୦୦୦ ଟଙ୍କା ପାଇଥିଲେ । ପ୍ରଥମ ଦରମା ସେ ବାପାଙ୍କୁ ଦେବା ପରେ ସେ ଖୁସି ହୋଇଯାଇଥିଲେ। ପରେ ବିଦେଶ ଯାଇ ୨ ମାସରେ ୨ ଲକ୍ଷ ଟଙ୍କା ଘରକୁ ପଠାଇ ବାପାଙ୍କ ସମସ୍ତ କରଜ ସୁଝି ଦେଇଥିଲେ। କିନ୍ତୁ ତାଙ୍କ ମନରେ ବିଜନେସ କରିବା ପାଇଁ ଇଚ୍ଛା ଥିଲା।

id food
pc: the ceo story

ବହୁ କଷ୍ଟ କରି ୫୦ ହଜ ।ର ଟଙ୍କା ନିବେଶ କରି ବିଜନେସ ଆରମ୍ଭ କଲେ । କମ୍ପାନୀର ନାମ ଆଇଡି ଫ୍ରେସ ଫୁଡ ରଖିଲେ। ୫୦ ବର୍ଗ ଫୁଟ ରୋଷେଇରେ ଗ୍ରାଇଣ୍ଡର, ମିକ୍ସଚର ଏବଂ ଅନ୍ୟାନ୍ୟ ମେସିନ ରଖିଥିଲେ। ଭାଇଙ୍କ ସହ ମିଶି ସେ ଏହି କାମ ଆରମ୍ଭ କରିଥିଲେ। ପରେ ୯ ମାସରେ ଦୈନିକ ୧୦୦ ପ୍ୟାକେଟ ବିକ୍ରିକଲେ । ଦୀର୍ଘ ୮ ବର୍ଷ ସଂଘର୍ଷ ପରେ ନିବେଶକଙ୍କ ସାହାଯ୍ୟରେ କମ୍ପାନୀ ଉନ୍ନତି କଲା। ରାତାରାତି ୨ହଜାର କୋଟିର କମ୍ପାନୀ ବନିଗଲା।

ଏହାପରେ କମ୍ପାନୀରେ କାମ କରୁଥିବା ୨୫ କର୍ମଚାରୀ ମଧ୍ୟ କୋଟିପତି ହୋଇଗଲେ। ଏବେ ଆଇଡି ଫ୍ରେସ ଫୁଡ ଦୁନିଆରେ ବ୍ରାଣ୍ଡ କମ୍ପାନୀ ରୂପେ କାମ କରୁଛି। କମ୍ପାନୀର ମାଲିକ ମୁସ୍ତଫା ପିସି ଏବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି। ଏହାର ସମସ୍ତ ଶ୍ରେୟ ସେ ନିଜ ପରିବାର ଏବଂ ଶିକ୍ଷକଙ୍କୁ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.