ବିଶ୍ୱର ସବୁଠାରୁ ଦୀର୍ଘାୟୁ କୁକୁର ଭାବେ ପେବଲ୍ସ କଲା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼

ଆଜିକାଲି ଅନେକ ବ୍ୟକ୍ତି ନିଜର ବିଭିନ୍ନ ପ୍ରକାର ଟ୍ୟାଲେଣ୍ଟ ଦେଖାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ କରୁଛନ୍ତି। କିନ୍ତୁ ଆଜି ଆମେ ଏମିତି ଏକ କୁକୁର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯିଏକି ବିଶ୍ୱର ସବୁଠାରୁ ଦୀର୍ଘାୟୁ କୁକୁର ଭାବେ ନିଜ ନାମକୁ ଗିନିଜ ବୁକରେ ଯୋଡ଼ି ପାରିଛି।ପ୍ରାୟତ କୁକୁରମାନେ ୮ ରୁ ୧୦ ବର୍ଷ ବଞ୍ଚିବା ମଧ୍ୟ କଷ୍ଟ ହୋଇଥାଏ। କିନ୍ତୁ ଆପଣ କେବେ ଏମିତି କୁକୁର ଦେଖିଛନ୍ତି କି ? ଯିଏ ପ୍ରାୟ ୨୨ ବର୍ଷର କୁକୁର।

 

View this post on Instagram

 

A post shared by Pebbles (@pebbles_since_2000)

ଏ ପୁଣି ଦୁନିଆର ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା କୁକୁର। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ପେବଲ୍ସ ନାମକ କୁକୁରର ଚିତ୍ର ସେୟାର କରାଯାଇଛି, ଯାହାର ନାମ ବର୍ତ୍ତମାନ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ମାର୍ଚ୍ଚ ୨୮, ୨୦୦୦ ମସିହାରେ ଜନ୍ମ ହୋଇଥିବା ପେବଲ୍ସ ନାମକ ଏକ କୁକୁରକୁ ୨୨ ବର୍ଷ ୫୯ ଦିନ। ତେବେ ପେବଲ୍ସ ନାମକ ଏହି କୁକୁର ଫିମେଲ କୁକୁର। ନିକଟରେ ଗିନିଜ ୱାର୍ଲ୍ଡ ରେକର୍ଡ ଫଳାଫଳ ଘୋଷଣା ହେବା ସମୟରେ ପେବଲ୍ସ ସବୁଠାରୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥିବା କୁକୁର ଭାବେ ଏହା ଘୋଷଣା କରାଯାଇଥିଲା।

ପେବଲ୍ସ ଆମେରିକାର ଦକ୍ଷିଣ କାରୋଲିନାର ନିଜ ମାଲିକ ସହ ରୁହେ। ପେବଲ୍ସର ମାଲିକ ଗିନିଜ୍ ବୁକ୍ ଅଫ୍ ରେକର୍ଡକୁ ରେକର୍ଡ ପାଇଁ ଏକ ଆବେଦନ ପଠାଇଥିଲେ। ଯାହା ପରେ ପେବଲ୍ସ ଏହି ଟାଇଟଲ୍ ପାଇଥିଲା। ସେ କେବେ ଜନ୍ମ ନେଇଥିଲା ତାହା ମଧ୍ୟ ମାଲିକ ପ୍ରମାଣ ପତ୍ର ଦେଖାଇଥିଲେ। ମାଲିକ କହିଛନ୍ତି ଯେ ସେ ସବୁ କଥା ମାନେ ଓ ଖାଇବାକୁ ଶୋଇବାକୁ ପସନ୍ଦ କରେ। ପେବଲ୍ସ ବର୍ତ୍ତମାନ ହୁଏତ ବୁଢ଼ା ଦେଖାଯିବା ଆରମ୍ଭ କରିଛି କିନ୍ତୁ ସେ ଅତି ସୁନ୍ଦର। ଏହାର ମାଲିକ ପେବଲ୍ସକୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି। ସେ ଭଲ ସମୟ ଏବଂ ଖରାପ ସମୟରେ ଆମ ସହିତ ରହିଛି। ସେ ଆମ ପରିବାରର ଜଣେ ସଦସ୍ୟ ବୋଲି ଆମେ ଭାବୁ।

ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ କୁକୁରମାନେ ପ୍ରାୟତ ଅଧିକରୁ ଅଧିକ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି କିନ୍ତୁ ପେବଲ୍ସ ୨୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଛି ଏହା ଖୁବ୍ ଖୁସିର କଥା ବୋଲି ପେବଲ୍ସର ମାଲିକ କହିଛନ୍ତି।