ଏହି ପରିବାରର ପିଢ଼ି ପରେ ପିଢ଼ି ଲୋକଙ୍କ ଉପରେ ବୈଜ୍ଞାନିକମାନେ କରୁଛନ୍ତି ରିସର୍ଚ୍ଚ, କାରଣ ଜାଣିଲେ ଆପଣ ବି ହୋଇଯିବେ ସ୍ତବ୍ଧ

ପୂରା ବିଶ୍ୱରେ ଆପଣ ଯେଉଁଠିକୁ ବି ଯାଆନ୍ତୁ, ଆପଣଙ୍କୁ ଲୋକଙ୍କର ଭିନ୍ନ ଭିନ୍ନ ହେୟାରଷ୍ଟାଇଲ ଏବଂ କେଶର ରଙ୍ଗ ଦେଖିବାକୁ ମିଳିବ। ବ୍ରିଟିଶ ଲୋକଙ୍କର କେଶର ରଙ୍ଗ ସୁନେଲି ହୋଇଥିବା ବେଳେ ଭାରତୀୟମାନଙ୍କର କେଶ କଳା ଓ ହାଲୁକା ବ୍ରାଉନ ହୋଇଥାଏ। ଯଦି ଆମ ଦେଶରେ କୌଣସି ଲୋକର ମୁଣ୍ଡରେ କେଶ ଧଳା ହୋଇଯାଏ, ତାକୁ ବୁଢ଼ା କହିବାକୁ କେହି ପଛାନ୍ତି ନାହିଁ। ତାଙ୍କ ମଜା ଉଡ଼ାଯାଏ।

gg

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶିଶୁ ବିଷୟରେ କହିବାକୁ ଯାଉଛୁ, ଯାହାର କେଶର ରଙ୍ଗ ଜନ୍ମରୁ ହିଁ ଧଳା। ଶିଶୁର ନାଁ ମିଲ୍ଲିଆନା। ଶିଶୁଟି ସାଉଥ କେରୋଲିନାର ରିଜଲାଣ୍ଡରେ ନିଜ ପରିବାର ସହିତ ରହୁଛି। କୁନି ଝିଅଟିର ମୁଣ୍ଡରେ ସାମ୍ନାରୁ କିଛି କେଶ ଧଳା ରହିଛି। ବର୍ତ୍ତମାନ ତା’ର ବୟସ ମାତ୍ର ୧୮ ମାସ ବୋଲି କୁହାଯାଉଛି।

ggc

ମିଲ୍ଲିଆନାଙ୍କୁ ତାଙ୍କ ପରିବାରର ଚତୁର୍ଥ ପିଢ଼ିର ସବୁଠାରୁ ନିଆରା ଶିଶୁ ବୋଲି ମଧ୍ୟ କୁହାଯାଉଛି। ଏ ସମ୍ପର୍କରେ ମିଲ୍ଲିଆନାଙ୍କ ମା’ କୁହନ୍ତି, ‘ଏଭଳି କେଶ ଥିବାରୁ ତାଙ୍କ ପରିବାରକୁ ଲୋକେ ଜାଣିବାକୁ ଲାଗିଲେଣି। ସେମାନଙ୍କର ଏହି ଭିନ୍ନ ପରିଚୟ ଯୋଗୁ ବହୁତ ଜଲଦି ସେମାନେ ଫେମସ ହୋଇଯିବେ’। ତେବେ କୁହାଯାଉଛି କି, ଏହି ପରିବାରରେ ଚାରି ପିଢ଼ି ଧରି ଏଭଳି ଧଳା କେଶ ଦେଖିବାକୁ ମିଳୁଛି, ଯେଉଁଥିପାଇଁ ବୈଜ୍ଞାନିକମାନେ ଏହି ପରିବାର ଉପରେ ରିସର୍ଚ୍ଚ ଆରମ୍ଭ କରିଦେଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.