ମେଡିକାଲ ସାଇନ୍ସରେ ପ୍ରଥମ ଘଟଣା, ଗର୍ଭାଶୟରେ ନୁହେଁ ମହିଳାଙ୍କ ଲିଭରରେ ବଢ଼ୁଥିଲା ଭ୍ରୁଣ!

ଜଣେ ନାରୀ ମା ହେବା ହେଉଛି ଏକ ବଡ଼ କଥା। ଗର୍ଭଧାରଣ କେବଳ ଜଣେ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରେ ନାହିଁ ? ବରଂ ତାଙ୍କ ଶରୀରରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ । ଏହା ସତ୍ତ୍ୱେ ମହିଳା ମାନେ ତାଙ୍କ ଗର୍ଭଧାରଣକୁ ଉପଭୋଗ କରିଥାନ୍ତି । ଦୁନିଆର ଅନେକ ମହିଳାଙ୍କୁ ସେମାନଙ୍କର ଗର୍ଭାବସ୍ଥାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅତୀତରେ କାନାଡାରୁ ଏହିପରି ଏକ ବିଚିତ୍ର ଗର୍ଭଧାରଣ ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ଜଣେ ଗର୍ଭବତୀ ମହିଳା ଡାକ୍ତରଙ୍କ ନିକଟକୁ ଆସିଲେ, ସେତେବେଳେ ତାଙ୍କୁ ଏକ ଅଜବ ପରିସ୍ଥିତି ଦେଖାଗଲା। ଯେଉଁଥିରେ ଡାକ୍ତରମାନେ ଜାଣିବାକୁ ପାଇଛନ୍ତି କି ମହିଳାଙ୍କର ଲିଭରରେ ଭ୍ରୁଣ ବଢୁଛି । ଏସବୁ ସେତେବେଳେ ହେଲା ଯେବେ ମହିଳା ଜଣଙ୍କ ବାରମ୍ୱାର ହେଉଥିବା ବ୍ଲିଡିଂ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏହାପରେ ଡାକ୍ତର ଯେବେ ପରୀକ୍ଷା କଲେ ତ ତାଙ୍କର ହୋସ୍‌ ଉଡ଼ିଗଲା । ସେ ଦେଖିଲେ କି ମହିଳାଙ୍କର ଲିଭରରେ ଭ୍ରୁଣ ରହି ବଢ଼ୁଛି।

ବାସ୍ତବରେ, ଏହି ଘଟଣା କାନାଡାର ମଣିଟୋବାସ୍ଥିତ ଏକ ଡାକ୍ତରଖାନାରୁ ଆସିଛି। ଏଠାରେ ଥିବା ଜଣେ ଡାକ୍ତର କହିବା ଅନୁଯାୟୀମାଇକେଲ ନାର୍ଭେ ନାମକ ଡାକ୍ତର ଏହା ପ୍ରକାଶ କରିଛନ୍ତି। ଏକ ସୋସିଆଲ ସ୍ପେସ୍‌ରେ କଥା ହୋଇ ସେ କହିଥିଲେ ଯେ ଜଣେ ୩୩ ବର୍ଷ ବୟସ୍କା ମହିଳା ଗର୍ଭଧାରଣ ସମୟରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ରମାଗତ ଭାବରେ ରକ୍ତସ୍ରାବ ହେଉଥିଲା | ଏହା ପରେ, ଯେତେବେଳେ ସେ ହସ୍ପିଟାଲରେ ପହଞ୍ଚିଲେ, ସୋନୋଗ୍ରାଫି କରାଯାଇଥିଲା। ସୋନୋଗ୍ରାଫି ରିପୋର୍ଟରୁ ଜଣାପଡିଛି ଯେ ଗର୍ଭସ୍ଥ ଶିଶୁଟି ଲିଭରରେ ଦୃଶ୍ୟମାନ ହେଉଛି। ଡାକ୍ତର ଏହାକୁ ବିରଳ ଘଟଣା ବୋଲି କହିଥିଲେ ।

ଡାକ୍ତର ମହିଳାଙ୍କ ପରିବାର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ କି ଏହି କ୍ଷେତ୍ରରେ ମହିଳାଙ୍କ ଜୀବନ ରକ୍ଷା କରିପାରିବ କିନ୍ତୁ ଲିଭରରେ ବଢୁଥିବା ଶିଶୁର ଜୀବନକୁ ରକ୍ଷା କରାଯାଇପାରିବ ନାହିଁ । କାରଣ ପିଲାଟି ମହିଳାଙ୍କର ୟୁଟେରସରେ ନାହିଁ । ଏଥିପାଇଁ ମହିଆଙ୍କୁ ଲଗାତାର ବ୍ଲିଡିଂ ହେଉଥିଲା । ଡାକ୍ତର କହିଥିଲେ ମହିଳା ସମ୍ୱନ୍ଧ ରଖିବା ବେଳେ ସ୍ପର୍ମ କୌଣସି ପ୍ରକାରେ ମହିଳାଙ୍କ ଲିଭରକୁ ଚାଲି ଯାଇଥିଲା , ଏଥିପାଇଁ ଭ୍ରୁଣ ମଧ୍ୟ ମହିଳାଙ୍କର ଲିଭରରେ ବଢ଼ୁଥିଲା ।

ଡାକ୍ତରମାନେ କହିଥିଲେ ଯେ ମହିଳାଙ୍କ ଲିଭରରେ ଏକ୍ଟୋପିକ୍ ଗର୍ଭଧାରଣ ଦେଖିବାକୁ ମିଳିଥିଲା। ଏକ୍ଟୋପିକ୍ ଗର୍ଭଧାରଣ ହୁଏ ଯେତେବେଳେ ଅଣ୍ଡା ଫାଲୋପିଆନ୍ ଟ୍ୟୁବରେ ଭୁଲ୍ ଭୁଲ ଦିଗରେ ଯାଇଥାଏ ଏବଂ ଏହି କାରଣରୁ ଗର୍ଭଧାରଣ ଠିକ୍ ଭାବରେ ହୁଏ ନାହିଁ । ଏହା ପେଟରେ ଅନେକ ଥର ଦେଖାଯାଏ କିନ୍ତୁ ପ୍ରଥମ ଥର ପାଇଁ ଲିଭରରେ ଭିତରେ ଏହା ଦେଖାଗଲା ।  ଡାକ୍ତରମାନେ ମହିଳାଙ୍କର ସର୍ଜରୀ ପରେ ଭ୍ରୁଣକୁ ଲିଭରରୁ ବାହାର କରିଥିଲେ । କୁହାଯାଇଛି କି ମହିଳାଙ୍କର ଜୀବନ ବଞ୍ଚି ଯାଇଛି , ହେଲେ ଭ୍ରୁଣ ପ୍ରଥମରୁ ଲିଭର ଭିତରେ ମରି ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.