ଗୋଲ୍ଡେନ ମୁହୂର୍ତ୍ତ! ସମୁଦ୍ର କୂଳରେ ପ୍ରେମିକାକୁ ଏମିତି ପ୍ରପୋଜ କଲା ମାଲିକ… ପୋଷା କୁକୁର ବି ଖାସ୍ ଅନ୍ଦାଜରେ ଜାହିର କଲା ନିଜ ଖୁସି
ଏ ଦୁନିଆରେ ପ୍ରେମ ଠାରୁ ବଡ଼ ଆଉ କିଛି ବି ହୋଇ ପାରେ ନାହିଁ। ଏହି କାରଣରୁ ପ୍ରେମ ବିଷୟରେ ଅନେକ ଗଳ୍ପ, କବିତା ଲେଖା ହୋଇଛି, ଯାହାକୁ ଶୁଣିଲେ ଅଲଗା ପ୍ରକାରର ଅନୁଭବ ହୋଇଥାଏ। ପ୍ରେମରେ ବୁଡ଼ି ରହୁଥିବା ଲୋକ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଖୋଜି ଥାଏ, ଯାହାକି ଉଭୟ ପ୍ରେମିକ, ପ୍ରେମିକାଙ୍କ ପାଇଁ ସ୍ମରଣୀୟ ହୋଇ ରହି ପାରିବ। ତେଣୁ ପ୍ରେମିକ, ପ୍ରେମିକାଙ୍କ ପାଇଁ ସେମାନଙ୍କ ପ୍ରେମ ହିଁ ସବୁଠାରୁ ବଡ଼ ହୋଇଥାଏ। ଏହି ଖୁସି ସେତେବେଳେ ଦୁଇ ଗୁଣା ହୋଇଯାଏ, ଯେତେବେଳେ ମଣିଷର ସବୁଠାରୁ ବିଶ୍ୱସ୍ତ ଗୃହପାଳିତ ପଶୁ ଏଥିରେ ସାମିଲ ହୋଇଥାଏ।
ଏବେ ସୋସିଆଲ ମିଡିଆରେ ଏକ ସୁନ୍ଦର ଘଟଣା ଚର୍ଚ୍ଚା ପରିସରକୁ ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜ କରୁଥିବା ନଜର ଆସୁଛନ୍ତି। ଏମିତିରେ ତ ଏହି ମୁହୂର୍ତ୍ତ ଆପେ ହିଁ ସବୁଠାରୁ ସ୍ପେଶାଲ ହୋଇଥାଏ। କିନ୍ତୁ ଏଠି ମାମଲା ଆହୁରି ଖାସ୍ ରହିଛି। କାହିଁକିନା, ନିଜ ମାଲିକଙ୍କ ଖୁସିରେ ‘ସୋନି’ ନାମକ ସୁନ୍ଦର ଗୋଲ୍ଡେନ କୁକୁର ସାମିଲ ହୋଇଛି। ଭିଡିଓରେ ଦେଖା ଯାଉଛି କି, ରିଟ୍ରିଭର କୁକୁର ମାଲିକ ସହିତ ନିଜର ଭାବନା ଓ ଉତ୍ସାହକୁ ବି ବ୍ୟକ୍ତ କରୁଛି। ଭିଡିଓଟି ହୃଦୟକୁ ଖୁସି କରି ଦେଲା ଭଳି ରହିଛି।
ଏହି ଭିଡିଓରେ ସ୍ପଷ୍ଟ ନଜର ଆସୁଛି କି, ଜଣେ ବ୍ୟକ୍ତି ନିଜ ପ୍ରେମିକା ଓ ପୋଷା କୁକୁରକୁ ନେଇ ଏକ ସମୁଦ୍ର କୂଳକୁ ଯାଇଛନ୍ତି। ସେଠାରେ ସେ ପ୍ରେମିକାଙ୍କୁ ପ୍ରପୋଜ କରିବାର ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ କରିଛନ୍ତି। ଏଠି ପ୍ରେମିକାଙ୍କୁ ଲାଗୁଛି କି, ତାଙ୍କ ପ୍ରେମିକ କ୍ୟାମେରାରେ ଟାଇମର ସେଟ୍ କରି ସେଲ୍ଫି ନେଉଛନ୍ତି। ଏଥିପାଇଁ ସେ ସେଲ୍ଫି ନେବା ପୋଜ୍ରେ ଛିଡ଼ା ହୋଇ ଯାଉଛନ୍ତି ଏବଂ ଫ୍ରେମରେ କୁକୁର ମଧ୍ୟ ଆସି ସେମାନଙ୍କ ସହିତ ବସୁଛି। ଏହି ସମୟରେ ବ୍ୟକ୍ତି ଜଣକ ଆଣ୍ଠୁ ମାଡ଼ି ବସି ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରି ମୁଦି ପିନ୍ଧାଇ ଦେଉଛନ୍ତି। ଏହା ଦେଖି ପ୍ରେମିକା ଖୁସିରେ ଆତ୍ମହରା ହୋଇ ପଡ଼ୁଛନ୍ତି ତ ସେପଟେ କୁକୁର ମଧ୍ୟ ଝୁମି ଉଠୁଛି। ପୁଣି ଖୁସିରେ ଏଣେ ତେଣେ ଦୌଡ଼ିବାକୁ ଲାଗୁଛି।
View this post on Instagram