ବାସ୍ତୁ ଟିପ୍ସ: ସାଥୀଙ୍କ ଭଲ ପାଇବା ଚାହୁଁଥିଲେ ଘରେ ରଖନ୍ତୁ ଏସବୁ ଫୁଲ, କିଛି ଦିନ ଭିତରେ ମିଳିଯିବ ପ୍ରକୃତ ପ୍ରେମ

ସମସ୍ତେ ଚାହାନ୍ତି କେହି ତାଙ୍କୁ ଭଲ ପାଉ, ତାଙ୍କ ସହ ସୁଖ ଦୁଃଖ ସେୟାର କରୁ। କିନ୍ତୁ କାହାକୁ ଜୀବନରେ ପ୍ରକୃତ ଭଲ ପାଇବା ମିଳେ ତ ଆଉ କାହା ଭାବନା କେବଳ ଭାବନାରେ ହିଁ ରହିଯାଏ। ଯଦି ଆପଣ ବି ସିଙ୍ଗଲ ଥାନ୍ତି ଓ ଚାହୁଁଥାଆନ୍ତି କେହି ଆପଣଙ୍କୁ ଭଲ ପାଉ ତେବେ ବାସ୍ତୁର କେତେକ ଉପାୟ ଆପଣାଇ ନିଜ ମନ ପସନ୍ଦର ସାଥୀ ପାଇପାରିବେ। ଫୁଲର କେତେକ ଉପାୟ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ ଓ ଆପଣଙ୍କ ମନସ୍କାମନା ପୂରଣ ହେବ।

  • ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ମୁତାବକ, ନିଜ ପାଖରେ ସବୁବେଳେ ଏକ ଗୋଲାପ ଫୁଲ କିମ୍ବା ଅନ୍ୟ ସୁଗନ୍ଧିତ ଫୁଲ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କ ଆଡ଼କୁ ଲୋକେ ଆକର୍ଷିତ ହେବେ।
  • ଘରେ ଏକ କାଚର ପାତ୍ରରେ ଜଳ ପୂର୍ଣ୍ଣ କରି ସେଥିରେ ତାଜା ଗୋଲାପ ଫୁଲକୁ ସଜାଇ ରଖନ୍ତୁ।
  • ଯାହାକୁ ପସନ୍ଦ କରୁଛନ୍ତି ତାଙ୍କୁ ଗୋଲାପୀ, ହଳଦିଆ କିମ୍ବା ଲାଲ୍‌ ରଙ୍ଗର କିଛି ଗିଫ୍ଟ ଦିଅନ୍ତୁ।
  • ରଜନୀଗନ୍ଧା ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହାକୁ ରୁମ୍‌ରେ ରଖିବା ଦ୍ୱାରା ପସନ୍ଦ କରୁଥିବା ବ୍ୟକ୍ତିର ଭଲ ପାଇବା ମିଳିଥାଏ।
  • ଶୁକ୍ରବାର ଦୁଇଟି ଗୋଲାପ ଫୁଲକୁ ଲକ୍ଷ୍ମୀଙ୍କ ମନ୍ଦିରରେ ଅର୍ପଣ କରନ୍ତୁ। ପ୍ରେମରେ ସଫଳତା ମିଳିବ।
  • ପାରିଜାତ ଫୁଲକୁ ସାଧାରଣତଃ ଲକ୍ଷ୍ମୀ ପୂଜା ପାଇଁ ବ୍ୟବହାର କରାଯାଏ। ଏହାକୁ ରୁମ୍‌ରେ ରଖିବା ଦ୍ୱାରା ବି ପ୍ରେମ ମିଳିଥାଏ।
  • ବୈଜୟନ୍ତୀ, କିଆ, କୁସୁମ, ମାଳତୀ, ପଳାଶ ଆଦି ଫୁଲକୁ ଘରେ ରଖିବା ଦ୍ୱାରା ମଧ୍ୟ ପ୍ରେମ ସୁଖ ମିଳେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.