ରେଳ ଧାରଣାକୁ ଖସି ପଡିଲେ ହ୍ୱିଲ ଚେୟାରରେ ବସିଥିବା ଏହି ବ୍ୟକ୍ତି, ଜାଣନ୍ତୁ ତାପର ଘଟଣା

ନ୍ୟୁୟର୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ ସେଥିରେ ଜଣେ ହ୍ୱିଲ ଚେୟାରରେ ବସିଥିବା ବ୍ୟକ୍ତି ଅଚାନକ ରେଳ ଧାରଣା ଉପରୁ ଖସି ପଡିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଡେଇଁ ପଡ଼ି ତାଙ୍କୁ ସେହି ଧାରଣା ଉପରୁ ସୁରକ୍ଷିତ ଭାବେ ଉଠାଇ ଆଣିଲେ । ସବୁଠୁ ବଡ଼ କଥା ହେଉଛି ଟ୍ରେନ ଆସିବା ସମୟରେ ହିଁ ଉକ୍ତ ବ୍ୟକ୍ତି ଜଣକ ଟ୍ରେନ ଲାଇନ ବା ରେଳ ଧାରଣାକୁ ଖସି ପଡ଼ିଥିଲେ ।

ନ୍ୟୁୟର୍କର ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମରେ subwaycreatures ନାମକ ଜଣେ ୟୁଜର ସେୟାର କରିଥିଲେ । ଦେଖନ୍ତୁ ଥରେ ସେହି ଭିଡ଼ିଓ..

 

View this post on Instagram

 

A post shared by SubwayCreatures (@subwaycreatures)

ଭିଡ଼ିଓରେ ହ୍ୱିଲ ଚେୟାର ଉପରେ ବସିଥିବା ବ୍ୟକ୍ତି ଜଣକ ମେଟ୍ରୋ ଟ୍ରେନକୁ ଅପେକ୍ଷା କରିଥିଲେ । କିନ୍ତୁ ଅଚାନକ ସେ ଟ୍ରେନ ଲାଇନକୁ ପଡିଯିବା ପରେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଭୟ କରିଯାଇଥିଲେ । କିନ୍ତୁ ତାଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହାପରେ ପରେ ହିଁ ମେଟ୍ରୋ ଟ୍ରେନ ସେଠାରେ ପହଞ୍ଚିଥିଲା । ତେବେ ଏହାରି ମଧ୍ୟରେ ବ୍ୟକ୍ତି ଜଣଙ୍କୁ ଆଘାତ ଲାଗିଥିବାର ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.