ବିଶ୍ୱର ସବୁଠାରୁ ବୟସ୍କ କଇଁଛ ‘ଜୋନାଥନ୍‌’ ପାଳିଲା ନିଜର ୧୯୦ତମ ଜନ୍ମଦିନ, ତା’ ସାମ୍ନାରେ ବଦଳିଛନ୍ତି ଆମେରିକାର ୩୯ ରାଷ୍ଟ୍ରପତି!

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ ନିକଟରେ ‘ଜୋନାଥନ’କୁ ସବୁଠାରୁ ବୟସ୍କ କଇଁଛର ଆଖ୍ୟା ଦେଇଛି। ଜୋନାଥନ୍ ଡିସେମ୍ବରରେ ନିଜର ୧୯୦ତମ ଜନ୍ମଦିନ ପାଳନ କରିଛି। ସାରା ବିଶ୍ୱର ଲୋକେ ଏହା ବିଷୟରେ ଜାଣିବାକୁ ଇଚ୍ଛୁକ। ଜୋନାଥନ୍ ଏକ ସୁନ୍ଦର ଜୀବନ ଜିଉଁଛି ଏବଂ ଏହାର ଯତ୍ନ ମଧ୍ୟ ଭଲ ଭାବରେ ନିଆଯାଉଛି।

ଏବେ ଜୋନାଥନ୍‌ ବିଶ୍ୱର ସବୁଠାରୁ ବୟସ୍କ କଇଁଛ ହିସାବରେ ବହୁତ ଚର୍ଚ୍ଚାରେ ରହିଛି। ଏହା ମଧ୍ୟ କୁହାଯାଉଛି, ଏହି କଇଁଛ ପୃଥିବୀ ପୃଷ୍ଠରେ ଥିବା ସବୁଠାରୁ ବୟସ୍କ ଜ୍ଞାତ ପ୍ରାଣୀ। ଏହାର ନାମ ଜୋନାଥନ୍ ଏବଂ ନିକଟରେ ଏହା ନିଜର ୧୯୦ତମ ଜନ୍ମଦିନ ପାଳନ କରିଛି। ଜୋନାଥନର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାସ୍ତବରେ, ଜୋନାଥନ୍ ନାମକ କଇଁଛ ବ୍ରିଟେନର ସେଣ୍ଟ ହେଲେନାରେ ରହୁଛି। ନିକଟରେ ଏହା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଇଁଛ ନିଜର ୧୯୦ତମ ଜନ୍ମଦିନ ପାଳନ କରିଥିଲା। ଗିନିଜ ୱାର୍ଲ୍ଡ ରେକର୍ଡ ଏହି କଇଁଛ ପାଇଁ ପ୍ରମାଣପତ୍ର ଜାରି କରି ଏହା ନିଶ୍ଚିତ କରିଛି। ଜୋନାଥନ୍ ଏ ପର୍ଯ୍ୟନ୍ତର ବିଶ୍ୱର ସର୍ବ ପୁରାତନ ପ୍ରାଣୀ। ଏହା ଯେଉଁ ପ୍ରଜାତିର କଇଁଛ, ତାହାର ବୈଜ୍ଞାନିକ ନାମ ହେଉଛି ଅଲଡାବ୍ରାଶେଲ୍ସ ଜିଙ୍ଗାଟା ହୋଲୋଲିସା।

ରିପୋର୍ଟ ମୁତାବକ, ଜୋନାଥନ୍‌ର ଜନ୍ମ ୧୮୩୨ ମସିହାରେ ହୋଇଥିବା ବିଶ୍ୱାସ କରାଯାଏ। ପରେ ଜୋନାଥନକୁ ୧୮୮୨ ମସିହାରେ ସେସେଲ୍ସରୁ ସାଉଥ୍‌ ଆଟଲାଣ୍ଟିକ୍ ଦ୍ୱୀପ ସେଣ୍ଟ୍‌ ହେଲେନାକୁ ଅଣାଯାଇଥିଲା। ତା’ ସହିତ ଅନ୍ୟ ୩ କଇଁଛ ମଧ୍ୟ ଥିଲେ, କିନ୍ତୁ ଏବେ କେବଳ ଜୋନାଥନ୍‌ ହିଁ ରହିଛି।

କୁହାଯାଏ କି, ସେଣ୍ଟ ହେଲେନାର ଗଭର୍ଣ୍ଣର ସ୍ପେନ୍ସର ଡେଭିସ୍‌ ୧୯୩୦ ମସିହାରେ ଏହି କଇଁଛର ନାମ ଜୋନାଥନ୍ ଦେଇଥିଲେ। ଜୋନାଥନ୍ ତା’ ଜୀବନର ଅଧିକାଂଶ ସମୟ ଗଭର୍ଣ୍ଣରଙ୍କ ଘରେ ହିଁ ବିତାଇଛି। ଲୋକଙ୍କ କହିବା ହେଲା, ଜୋନାଥନ ତା’ ଜୀବନକାଳ ଭିତରେ ଆମେରିକାରେ ୩୯ ରାଷ୍ଟ୍ରପତି ବଦଳିଥିବାର ଦେଖିଛି। ଏତିକି ନୁହେଁ, ଏହା ରାଣୀ ଭିକ୍ଟୋରିଆଙ୍କ ଶାସନ ସମ୍ଭାଳିବା ପୂର୍ବରୁ ଜନ୍ମ ହୋଇଥିଲା। କହି ରଖୁଛୁ, କଇଁଛମାନେ ୨୦୦ରୁ ୨୫୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.