ବିଜୟ ହାସଲ ପରେ ମହିଳା ଟିମ୍‌ର ଖେଳାଳିମାନେ ମନାଇଲେ ଉତ୍ସବ, ‘ମାଷ୍ଟର’ ଗୀତରେ କଲେ ଧମାକାଦାର ଡ୍ୟାନ୍ସ

ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ୯ ଓ୍ଵିକେଟ୍‌ରେ ଜିତି ଯାଇଛନ୍ତି। ଏହି ବିଜୟ ହାସଲ ପରେ ଖେଳାଳିମାନେ ତାମିଲ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ମାଷ୍ଟର’ର ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ବେଦା କୃଷ୍ଣମୂର୍ତ୍ତି, ଆକାଂକ୍ଷା କୋହଲି, ବିଆର୍‌ ବନିଥା ଓ ମମତା ମାବେନଙ୍କ ଏହି ଡ୍ୟାନ୍ସ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବେଦା ଏହି ଡ୍ୟାନ୍ସକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

ଏଥିପୂର୍ବରୁ ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସମୟରେ ଇନ୍‌ଷ୍ଟାଗ୍ରାମରେ ଜିମ୍‌ ଓ୍ଵାର୍କଆଉଟ୍‌ର ଭିଡିଓ ଶେୟାର କରିଥିଲେ। ଏଥିରେ ଅଶ୍ୱିନ୍‌ଙ୍କ ସହିତ ‘ଚାଇନାମ୍ୟାନ’ କୁଲଦୀପ ଯାଦବ ଓ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ‘ମାଷ୍ଟର’ ଗୀତରେ ଡ୍ୟାନ୍ସ କରିଥିଲେ।

କହି ରଖୁଛୁ, ମହିଳା ଦଳ ମଙ୍ଗଳବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟରେ ହରାଇଛି। ଏଥିସହିତ ଦିନିକିଆ ସିରିଜ୍‌ରେ ଭାରତ ୧-୧ରେ ବରାବର ରହିଛି। ଦଳ ପକ୍ଷରୁ ଝୁଲଣ ଗୋସ୍ୱାମୀ ୪ ଓ୍ଵିକେଟ ହାସଲ କରିଥିବା ବେଳେ ସ୍ମୃତି ମନ୍ଧାନା ୮୦ ରନ୍‌ କରି ଅପରାଜିତ ରହିଛନ୍ତି।

 

View this post on Instagram

 

A post shared by Veda Murthy (@vedakrishnamurthy7)