ତୃତୀୟ ଟେଷ୍ଟ ମ୍ଯାଚ ପୂର୍ବରୁ ଧମାକେଦାର ଡ୍ଯାନ୍ସ କଲେ ଅଶ୍ବିନ-କୁଲଦୀପ-ପାଣ୍ଡ୍ଯା, ଦେଖନ୍ତୁ ଭାଇରଲ ଭିଡିଓ

ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛି । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହା ଫେବ୍ରୁଆରୀ ୨୪ରୁ ଆରମ୍ଭ ହେବ । ଟେଷ୍ଟ୍ ମ୍ୟାଚ୍ ପାଇଁ ଭାରତୀୟ ଖେଳାଳି ନିଜକୁ ଫିଟ୍ ରଖିବା ପାଇଁ ମ୍ୟୁଜିକ୍ ଓ ଡ୍ୟାନ୍ସର ସାହାରା ନେଉଛନ୍ତି ।

ଦଳର ଷ୍ଟାର୍ ଅଫ୍ ସ୍ପିନର ଆର ଅଶ୍ୱିନ୍ ଇନଷ୍ଟାଗ୍ରାମରେ ଜିମ୍ ଓ୍ୱାର୍କଆଉଟର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଶ୍ୱିନଙ୍କ ସହ କୁଳଦୀପ ଯାଦବ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାମିଲ ଷ୍ଟାର ବିଜୟଙ୍କ ଫିଲ୍ମ ମାଷ୍ଟରର ଗୀତରେ ନାଚୁଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Ashwin (@rashwin99)

ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା । ଏହି ବିଜୟରେ ଅଶ୍ୱିନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଉଭୟ ବଲ୍ ଓ ବ୍ୟାଟରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.