ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପାକିସ୍ତାନ ଦେଉଛି ଏମିତି ଖାଦ୍ୟ…! ଥରେ ଆପଣ ବି ଦେଖି ନିଅନ୍ତୁ

ଏବେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ପାକିସ୍ତାନ ଗସ୍ତରେ ଅଛନ୍ତି। ୨୪ ବର୍ଷ ପରେ ଅଷ୍ଟ୍ରେଲିଆ, ପାକିସ୍ତାନ ଗସ୍ତରେ ଯାଇଛି। ରାଓ୍ଵଲପିଣ୍ଡିରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଥିଲା ଏବଂ ବହୁତ ବୋରିଂ ମଧ୍ୟ ଥିଲା। ପରେ ରାଓ୍ଵଲପିଣ୍ଡି ପିଚ୍‌କୁ ନେଇ ଖୁବ୍‌ ଆଲୋଚନା ମଧ୍ୟ ହୋଇଥିଲା। ଅଷ୍ଟ୍ରେଲିଆ ଟିମ୍‌ ଏବେ କରାଚିରେ ଦ୍ୱିତୀୟ ଟେଷ୍ଟ ପାଇଁ ରହିଛନ୍ତି। ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଷ୍ଟ୍ରେଲିଆ ଟିମ୍‌କୁ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ଖାଦ୍ୟ ଦେଖିବାକୁ ମିଳୁଛି।

କରାଚି ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାରନସ୍‌ ଲାବୁଶେନ ଶୁକ୍ରବାର ଦ୍ୱିପ୍ରହର ଭୋଜନରେ ‘ରୁଟି ଓ ଡାଲି’ର ଆନନ୍ଦ ନେଉଥିବାର ଏହି ଫଟୋ ସେୟାର କରିଥିଲେ। ଲାବୁଶେନ କ୍ୟାପସନରେ ଲେଖିଥିଲେ ଯେ ‘ଖାଦ୍ୟ ସ୍ୱାଦିଷ୍ଟ ଥିଲା’। ବାସ୍‌ ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଟ୍ରୋଲ କରିବା ପାଇଁ ଅନେକ ପ୍ରଶଂସକ ସୋସିଆଲ ମିଡିଆର ସାହାରା ନେଇଥିଲେ।

ଜଣେ ୟୁଜର ଲେଖିଥିଲେ କି, ‘ଅଷ୍ଟ୍ରେଲିଆ ଟିମ୍‌କୁ ଜେଲ୍‌ ଭଳି ଖାଦ୍ୟ ଖୁଆଯାଉଛି’। ଆଉ ଜଣେ ଲେଖିଥିଲେ, ‘ପାଣିଚିଆ ଡାଲି ଏବଂ କଞ୍ଚା ନାନ୍‌ ଖୁଆଯାଉଛି’। ସେହିପରି ଅନ୍ୟ ୟୁଜର କହିଥିଲେ ଯେ ‘ଏହା ତ ହସ୍ପିଟାଲ ଭଳି ଖାଦ୍ୟ ଲାଗୁଛି’। କେବଳ ଏତିକି ନୁହେଁ, ପରେ ପରେ ଅନେକ ମିମ୍ସ ବି ସାମ୍ନାକୁ ଆସିବାରେ ଲାଗିଛି। ଜଣେ ୟୁଜର ଆଲିଆ ଭଟ୍ଟଙ୍କ ଫଟୋ ସହିତ ଲେଖିଛନ୍ତି, ‘ମୁଁ ଘରକୁ ଯିବି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.