ୟୁଜବେନ୍ଦ୍ର ଚହଲଙ୍କ ଆଇକନିକ୍‌ ପୋଜରେ ନଜର ଆସିଲେ ଅକ୍ଷର ପଟେଲ ଏବଂ ଆଭେଶ ଖାନ୍‌, ଫଟୋ ଭାଇରଲ

ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ କୁ ୨ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଅକ୍ଷର ପଟେଲ ଦମଦାର ଖେଳ ଖେଳିଥିଲେ। ଅକ୍ଷର ପଟେଲଙ୍କୁ ଏହି ମ୍ୟାଚରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଛି। ଏହାସହିତ ଟିମ୍‌ ଇଣ୍ଡିଆ ୩ଟି ଦିନିକିଆ ମ୍ୟାଚ ସିରିଜକୁ ୨-୦ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତିବା ପରେ ଟିମ୍‌ ଇଣ୍ଡିଆର ଖେଳାଳି ଆଭେଶ ଖାନ, ଅକ୍ଷର ପଟେଲ ୟୁଜବେନ୍ଦ୍ର ଚହଲଙ୍କ ସହିତ ମସ୍ତି କରୁଥିବାର ନଜର ଆସିଥିଲେ।

 

View this post on Instagram

 

A post shared by Team India (@indiancricketteam)

ଭାରତୀୟ କ୍ରିକେଟ ଟିମ୍‌ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟେ ଫଟୋ ସେୟାର କରିଛି। ଏହି ଫଟୋରେ ଆଭେଶ ଖାନ, ଅକ୍ଷର ପଟେଲ ଏବଂ ଚହଲ ନଜର ଆସିଛନ୍ତି। ଆଉ ଫଟୋରେ ତିନି ଜଣ ଯାକ ଖେଳାଳି ଚହଲଙ୍କ ଆଇକନିକ ପୋଜରେ ନଜର ଆସିଛନ୍ତି। ଆଉ ଫଟୋ କ୍ୟାପସନରେ ଲେଖାଯାଇଛି, ୟୁଜିଙ୍କ ଭଳି କରିବା ପାଇଁ ଶିଖୁଛୁ।

 

View this post on Instagram

 

A post shared by Team India (@indiancricketteam)

ରୋହିତ ଶର୍ମା ଇଂଲଣ୍ଡ ସିରିଜ ଜିତିବା ପରେ ୱେଷ୍ଟଇଣ୍ଡିଜ୍ ସିରିଜରୁ ବାଦ୍‌ ଦେଇ ବିଶ୍ରାମ ଦିଆଯାଇଛି। ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେଇଛନ୍ତି ଗବ୍ଦର ଶିଖର ଧଓ୍ଵନ। ଆଉ ଶିଖର ଧଓ୍ଵନଙ୍କୁ ମିଳିଥିବା ଦାୟିତ୍ୱ ସେ ଭଲଭାବେ ତୁଲାଇଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କୁ ନିରାଶ କରିନାହାନ୍ତି ଧଓ୍ଵନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ ୨-୦ରେ ହାତେଇଛି ଟିମ୍‌ ଇଣ୍ଡିଆ।

ଶ୍ରେୟସ ଆୟର-ସଞ୍ଜୁ ସାମସନଙ୍କ ୯୯ ରନ ଭାଗୀଦାରି ପରେ ଅକ୍ଷର ପଟେଲଙ୍କ ୬୪ ରନ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା । ୨ ବଲ ପୂର୍ବରୁ ୮ ଓ୍ଵିକେଟ ହରାଇ ୩୧୨ ରନ ସଂଗ୍ରହ କରିନେଇଥିଲା । ଏହାସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ।

ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ ହରାଇ ୩୧୧ ରନ କରିଥିଲା । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ । ଦୀପକ ହୁଡା, ଅକ୍ଷର ପଟେଲ ଓ ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଭାରତ ପକ୍ଷରୁ ଶ୍ରେୟସ ଆୟର ୬୩ ଓ ଅକ୍ଷର ପଟେଲ ଅପରାଜିତ ୬୪ ରନ କରିଥିଲେ । ସଞ୍ଜୁ ସାମସନ ୫୪ ରନ କରିଥିଲେ । ବୁଧବାର ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.