ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ବଡ଼ ବିଜୟ, ଗୁଜରାଟ ଟାଇଟନ୍ସକୁ ୬୩ ରନରେ ହରାଇଲା

ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ । ଗୁଜରାଟ୍ ଟାଇଟନ୍ସକୁ ୬୩ ରନ୍ ରେ ପରାସ୍ତ କରିଛି ଚେନ୍ନାଇ। ୨୦୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୩ ରନ୍ କରିଥିଲା ।

ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ । ଗୁଜରାଟ୍ ଟାଇଟନ୍ସକୁ ୬୩ ରନ୍ ରେ ପରାସ୍ତ କରିଛି ଚେନ୍ନାଇ। ୨୦୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ଦଳ ପାଇଁ ସୁଦର୍ଶନ ସର୍ବାଧିକ ୩୭ ରନ୍ କରିଥିଲେ। ଋଦ୍ଧିମାନ ଶାହ ଓ ଡେଭିଲ ମିଲର ୨୧ ରନ୍ ଲେଖାଏଁ କରିଥିଲେ ।

ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଚେନ୍ନାଇ ପକ୍ଷରୁ ଦୀପକ ଚାହର, ମୁସ୍ତାଫିଜୁର ରହମାନ ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଟସ ହାରି ବ୍ୟାଟିଂ କରିଥିବା ଚେନ୍ନାଇ ଛଅ ୱିକେଟ ହରାଇ ୨୦୬ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ଓ ରଚିନ୍ ରବୀନ୍ଦ୍ର ୪୬ ରନ ଲେଖାଏଁ କରିଥିଲେ । ଯୁବ ବ୍ୟାଟର ଶିଭମ୍ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୨୩ଟି ବଲ୍ ର ୨ଟି ଚୌକା ଓ ୫ଟି ଛକା ସହାୟତାରେ ୫୧ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.