MS ଧୋନିଙ୍କୁ ଅନଫୋଲୋ କଲେ ସୁରେଶ ରାଇନା! ପ୍ରଶଂସକ ନିରାଶ

ସରିଛି IPL ପାଇଁ ଖେଳାଳୀ ଚୟନ। କିଛି ନୂଆ ଖେଳାଳୀଙ୍କୁ IPL (ଇଣ୍ଡିଆନ ପ୍ରିମିୟର ଲିଗ୍) ପାଇଁ ଟିମ୍ ରେ ନିଆଯାଇଛି। ଏମିତିକି ଓଡ଼ିଶାର ସୁଧାଂଶୁ ସେନାପତି ଚେନ୍ନାଇ ସୁପର କିଙ୍ଗ ପାଇଁ ମନୋନିତ ହୋଇଥିବା ବେଳେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ୍ ପାଇଁ ମନୋନିତ କରାଯାଇଛି। ତେବେ ସୁରେଶ ରାଇନା ନିଜ ଟିମ୍ CSK ରୁ ବାଦ୍ ପଡିଛନ୍ତି। ଯାହା ପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ତାଙ୍କ ଟିମ୍ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏବେ ସମ୍ପର୍କ ଠିକ୍ ନଥବା ଜଣାପଡ଼ିଛି । ସୁରେଶ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯାଇଥିଲା। ଏମିତିକି ଆରମ୍ଭରୁ ଏମଏସ ଧୋନି ଏବଂ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗ୍ସର ଫେସ ଭାଲ୍ୟୁ ବଢ଼ାଇଥାନ୍ତି।

କେବଳ ଏତିକି ନୁହେଁ ଏମଏସ ଧୋନି ଏବଂ ସୁରେଶ ରାଇନାଙ୍କ ଯୋଡି CSK ପାଇଁ ଅନେକ ସଫଳତା ମଧ୍ୟ ଆଣିଦେଇଛି । ଏମିତିକି ୩ ନମ୍ବର ବ୍ୟାଟିଂରେ ସୁରେଶ ରାଇନା ଦଳର ମୁଖ୍ୟ ବ୍ୟାଟିଂ ପର୍ସନ ଭାବେ ଖେଳିଥାନ୍ତି। ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୩ ତମ ସଂସ୍କରଣ ପୂର୍ବରୁ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ବାହାରିବା ପରେ ସମସ୍ତଙ୍କୁ ଚକିତ କରିଦେଇଥିଲେ । CSK ର ମାଲିକ ଏବଂ ଟିମ୍ ଦାବି କରିଛି ଯେ ସେମାନେ ପୂର୍ବତନ କ୍ରିକେଟରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି ।

ପ୍ରଶଂସକମାନେ ରାଇନାଙ୍କ CSKକୁ ଫେରିବା ନେଇ ସୋସିଆଲ ମିଡିଆରେ କମେଣ୍ଟ ମଧ୍ୟ କରୁଛନ୍ତି ଏବଂ ରାଇନାଙ୍କୁ ୟୁଏଇକୁ ଫେରିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ରାଇନା ଏବଂ CSK ମଧ୍ୟରେ ରିଲେସନ ଖରାପ ହୋଇଥିବାର ଦେଖାଯାଉଛି। କିନ୍ତୁ ବର୍ତ୍ତମାନ ଏକ ଖବର ଭାଇରାଲ ହେବାକୁ ଲାଗିଛି ଯାହାକି ଧୋନି ଓ ରାଇନାଙ୍କ ସମ୍ପର୍କକୁ ନେଇ । ଚେନ୍ନାଇ ସୁପର କିଙ୍ଗ୍ସ (CSK) କୁ ଓ ଧୋନିଙ୍କୁ ଟ୍ୱିଟରରେ ଅନଫୋଲୋ କରିଥିବା ଖବର ଭାଇରାଲ ହେଇଛି। ଯାହା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି।

କିନ୍ତୁ ପରେ ଜଣାପଡ଼ିଥିଲା ଯେ ରାଇନା ଏମଏସ ଧୋନିଙ୍କୁ ଓ ଚେନ୍ନାଇ ସୁପର କିଙ୍ଗ୍ସ (CSK) କୁ ଉଭୟ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଫୋଲୋ କରୁଛନ୍ତି। ଧୋନି ରାଇନାଙ୍କ କେବଳ ଜଣେ ସହକର୍ମୀ ନୁହେଁ ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ। ଏମିତିକି ତାଙ୍କର ସବୁ ଖେଳାଳୀଙ୍କ ସହିତ ଭଲ ସମ୍ପର୍କ ଥିବା ସେ ଏକ ପ୍ରେସ କନଫେରେନ୍ସରେ ମଧ୍ୟ କହିଥିଲେ। ତେବେ ଧୋନିଙ୍କୁ ଅନଫୋଲୋ କରିବା କଥା ଏକ ମିଛ ଗୁଜବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.